ନିର୍ମାଣ କାର୍ଯ୍ୟ ପାଇଁ ୫ ଟ୍ରେନ୍‍ ବାତିଲ୍‍

ଭୁବନେଶ୍ୱର : କୋଟ୍ଟଭାଲସା-ପାଲାସା ସେକ୍ସନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ ପାଇଁ ଆଲମଣ୍ଡା ଏବଂ କୋରୁକୋଣ୍ଡା ଷ୍ଟେସନ୍‍ ମଧ୍ୟରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୫ ଟି ଟ୍ରେନ୍‍ ବାତିଲ କରିିବାକୁ ପୂର୍ବତଟ ରେଳପଥ ନିଷ୍ପତି ନେଇଛି।
କିଛି ଟ୍ରେନ୍‍ ଜୁଲାଇ ମାସ ୧୮ ଓ ୧୯ ତାରିଖରେ ବାତିଲ କରାଯାଇଥବା ବେଳେ ଏହାର ଲିଙ୍କ ଟ୍ରେନ ଗୁଡିକ ସେମାନଙ୍କ ଉତ୍ପତି ଷ୍ଟେସନ ମାନଙ୍କରୁ ୨୦ ତାରିଖ ଦିନ ବାତିଲ୍‍ ହେବ। ସୂଚନା ଅନୁଯାୟୀ ୦୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ବିଶେଷ ଟ୍ରେନ ଭୁବନେଶ୍ୱର ଠାରୁ ୨୦ ଜୁଲାଇ ଦିନ ବାତିଲ ହୋଇଛି। ୦୮୦୪୭ ହାଓଡ଼ା-ଭାସ୍କୋଡାଗାମା ବିଶେଷ ଟ୍ରେନ ହାଓଡ଼ା ଠାରୁ ୨୦ ଜୁଲାଇ ତାରିଖ ଦିନ ବାତିଲ ହେବ। ୦୨୫୪୩ ହାଓଡ଼ା-ଚେନ୍ନାଇ ବିଶେଷ ଟ୍ରେନ ହାଓଡ଼ା ଠାରୁ ୨୦ ଜୁଲାଇ, ତାରିଖ ଦିନ ବାତିଲ ରହିବ। ସେହିପରି ୦୨୮୭୪ ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ ୨୦ ତାରିଖ ଦିନ ବାତିଲ ରହିବ। ୦୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ବିଶେଷ ଟ୍ରେନ ବାଙ୍ଗାଲୋରରୁ ୨୦ ଜୁଲାଇ ତାରିଖ ଦିନ ବାତିଲ ହେବ।

Comments are closed.