ସମୁଦ୍ରରେ ଭାସିଯିବା ବେଳେ ୫ ପର୍ଯ୍ୟଟକ ଉଦ୍ଧାର, ଦେଖନ୍ତୁ ଭିଡିଓ

ପୁରୀ: ପୁରୀ ବେଳାଭୂମିରେ ରବିବାର ସମୁଦ୍ରସ୍ନାନ ସମୟରେ ୫ ପର୍ଯ୍ୟଟକ ଭାସିଯିବା ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହି ପର୍ଯ୍ୟଟକମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲା ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି।

ରବିବାର ପୂର୍ବାହ୍ନରେ ବେଳାଭୂମିରେ ପର୍ଯ୍ୟଟକମାନେ ସମୁଦ୍ରସ୍ନାନର ମଜା ନେଉଥିଲେ। ଏହି ସମୟରେ ୫ ଜଣ ପର୍ଯ୍ୟଟକ ସମୁଦ୍ର ଭିତରକୁ ଚାଲିଯାଇଥିଲେ। ସେମାନେ ଭାସିଯାଉଥିବା ଦେଖି ବେଳାଭୂମିରେ ଉପସ୍ଥିତ ଲାଇଫ୍‌ଗାର୍ଡମାନେ ସମୁଦ୍ରରେ ପଶି ସେମାନଙ୍କୁ ଉଦ୍ଧାର କରିଥିଲେ।

 

Comments are closed.