କାଶ୍ମୀରରୁ ଆତଙ୍କବାଦୀଙ୍କ ୫ ସହଯୋଗୀ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ତ୍ରାଲ ଅଞ୍ଚଳରେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଥିବା ଆତଙ୍କବାଦୀଙ୍କ ୫ ସହଯୋଗୀଙ୍କୁ  ଗିରଫ କରାଯାଇଛି। ସେମାନଙ୍କଠାରୁ ଗୋଟିଏ ଲାପଟପ୍‌, ଧମକପୂର୍ଣ୍ଣ ପୋଷ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ପୁଲିସ ନିଜ ଆଡୁ ଏତଲା ରୁଜୁ କରି ତଦନ୍ତ ଚଳାଇଛି।

ତ୍ରାଲ ଅଞ୍ଚଳର ସିର୍‌ ଏବଂ ବଟାଗୁଣ୍ଡ ଗାଁରେ ଗତ ୧୩ ତାରିଖରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର ଲଗାଯାଇଥିଲା। ଏହା ଜଣାପଡ଼ିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ପୋଷ୍ଟରଗୁଡ଼ିକୁ ଜବତ କରିଥିଲା। ଏହି ଘଟଣାରେ ପୁଲିସ ବିଭନ୍ନ ସ୍ଥାନରେ ଚଢ଼ାଉ କରି କେତେଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ସନ୍ଦିଗ୍ଧମାନଙ୍କୁ ପଚରାଉଚରା ବେଳେ ମିଳିଥିବା ତଥ୍ୟ ଅନୁସାରେ ଆତଙ୍କବାଦୀଙ୍କ ୫ ସହଯୋଗୀଙ୍କୁ ଗିରଫ କରାଯାଇଛି।

Comments
Loading...