ଦିଲ୍ଲୀର ପଞ୍ଚତାରକା ଦେଶୀ ରେସ୍ତୋରାଁ

0

ଦିଲ୍ଲୀର ଗୁରୁଗାଓଁସ୍ଥିତ ଏକ ରେସ୍ତୋରାଁ ହେଉଛି ‘ମଗଧ ଅବଧ’। ଏଠାରେ ନିୟମିତ ବିଦେଶୀ ପର୍ୟ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ। ଅନ୍-ଲାଇନ୍ ଜରିଆରେ ବୁକିଂ ଗ୍ରହଣ କରୁଥିବା ଏଇ ରେସ୍ତୋରାଁରେ ସ୍ଥାନୀୟ ଲୋକଙ୍କୁ ସ୍ଥାନଟିଏ ମିଳିବା ଖୁବ୍ କଷ୍ଟକର। କାରଣ ଏହାର ସ୍ବାଦ ଓ ଆଭ୍ୟନ୍ତରୀଣ ଡିଜାଇନ୍‌ରେ ବିଦେଶୀ ଗ୍ରାହକ ସମ୍ପୂର୍ଣ୍ଣ ବାନ୍ଧି ହୋଇଯାଇଛନ୍ତି। ସମସ୍ତ ପ୍ରକାର ଭାରତୀୟ ବ୍ୟଞ୍ଜନ ଏଠାରେ ମିଳୁଥିବାବେଳେ ଏହି ରେସ୍ତୋରାଁ ସେଫ୍ ବିଦେଶୀ ମସଲା ବ୍ୟବହାର କରନ୍ତି ନାହିଁ। ପିତ୍ତଳ-କଂସା ବାସନରେ ଗ୍ରାହକଙ୍କୁ ଖାଦ୍ୟ ପରଷା ଯାଉଥିବାବେଳେ ଇଟାଲୀ ଗ୍ରାହକଙ୍କର ସବୁଠୁ ପସନ୍ଦ ବ୍ୟଞ୍ଜନ ହେଉଛି ‘ଚକୋଲେଟ୍ ଲିଟ୍ଟି ଚୋଖା’। ‘ମଗଧ ଅବଧ’ ରେସ୍ତୋରାଁର ସବୁଠୁ ଲୋକପ୍ରିୟ ବ୍ୟଞ୍ଜନ ହେଲା ‘ଡାଲି-ରୁଟି’। କୋଇଲା ଆଞ୍ଚରେ ଏହି ରୁଟି ତିଆରି କରାଯାଉ ଥିବାବେଳେ ସମସ୍ତ ବ୍ୟଞ୍ଜନ ଦେଶୀ ଘିଅରେ ପ୍ରସ୍ତୁତ କରାଯାଏ। ସେଫ୍ ନବୀନଙ୍କ ମତରେ ଦେଶୀ ଘିଅର ଖାଦ୍ୟ ସୁଆଦିଆ ହେବା ସହ ଶରୀର ପାଇଁ ମଧ୍ୟ ହିତକାରୀ। ପାନୀୟରେ ଏଠାରେ ‘ଲେମ୍ବୁ ସରବତ୍’, ‘କାଲା ନମକ ପାଣି’, ‘ଗରମ ମସାଲା ପାଣି’ ଲୋକପ୍ରିୟତାରେ ରହିଛି। ମିଠାରେ ମଧ୍ୟ ଗ୍ରାହକଙ୍କୁ ପାରମ୍ପରିକ ବ୍ୟଞ୍ଜନ ପରଷା ଯାଇଥାଏ ଓ ବିଦେଶୀ ପର୍ୟ୍ୟଟକ ଏହାକୁ ଖୁବ୍ ଶ୍ରଦ୍ଧାରେ ମନ ଭରି ଖାଇଥାନ୍ତି। ଗୁଡ଼, ଘିଅ ଓ ଛେନାରେ ପ୍ରସ୍ତୁତ ଏକ ମିଠା ହେଉଛି ‘ରିନି’। ଏହା ଅଧିକାଂଶଙ୍କ ତରଫରୁ ବରାଦ୍ ଦିଆଯାଇଥାଏ।

Leave A Reply