ରାଜ୍ୟରେ ଚାଲିବ ୫ଟି ସ୍ବତନ୍ତ୍ର ଟ୍ରେନ୍: ୮ ତାରିଖରୁ ଆରମ୍ଭ

ଭୁବନେଶ୍ଵର: ରାଜ୍ୟବାସୀଙ୍କ ସୁବିଧା ନିମନ୍ତେ ରେଳବାଇ ପକ୍ଷରୁ ୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନିମନ୍ତେ ନିଷ୍ପତ୍ତି ହୋଇଛି । ଜୁନ୍ ୮ ତାରିଖରୁ ଏହି ଟ୍ରେନଗୁଡ଼ିକ ଚାଲିବ ବୋଲି ସୂଚନା ମିଳିଛି । ଏହି ସବୁ ଟ୍ରେନକୁ ସ୍ବତନ୍ତ୍ର ଟ୍ରେନ୍ ଭାବରେ ଗଣାଯିବ ଏବଂ ପରିସ୍ଥିତି ସ୍ବାଭାବିକ ହେବା ପରେ ଏହା ଗଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।  ଆସନ୍ତା ଜୁନ୍ ୮ ତାରିଖରୁ ୩୦ ତାରିଖ, ୨୦୨୦ ଯାଏଁ ଚଳାଚଳ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ରେଳବାଇ । ତେବେ  ଶନିବାର ଓ ରବିବାର ଏହି ସ୍ଥାନୀୟ ଟ୍ରେନ୍ ଚଳାଚଳ କରିବ ନାହିଁ।

ଚଳାଚଳ କରିବାକୁ ଥିବା ଟ୍ରେନ୍-

୧. ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ (ପାଞ୍ଚଦିନ)
୨. ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ (ପାଞ୍ଚଦିନ)
୩. ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ (ପାଞ୍ଚଦିନ)
୪. ସମ୍ବଲପୁର-ଖୋର୍ଦ୍ଧାରୋଡ଼-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ (ପାଞ୍ଚଦିନ)
୫. ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭାୟା ସମ୍ବଲପୁର-ରାୟଗଡ଼ା (ସପ୍ତାହକୁ ୩ ଥର)

କୋରାପୁଟ-ଭୁବନେଶ୍ଵର ଦୂରଗାମୀ ସ୍ବତନ୍ତ୍ର ଟ୍ରେନ୍  ଶନିବାର ଦିନ ଚଳାଚଳ ଆରମ୍ଭ କରିବ। ସେହିପରି ଆରକ୍ଷଣ କେନ୍ଦ୍ରଗୁଡ଼ିକ ଓ ଆଇଆରସିଟିସି ୱେବସାଇଟ ଜରିଆରେ ଟିକେଟ କରାଯାଇ ପାରିବ । ସେହିପରି ଯେଉଁ ଯାତ୍ରୀମାନଙ୍କ ଟିକେଟ୍ କନଫର୍ମ ଥିବ ସେଇମାନେ କେବଳ ଏହି ଟ୍ରେନଯୋଗେ ଯାତ୍ରା କରିପାରିବେ ବୋଲି ସୂଚନା ମିଳିଛି । ଏହାବ୍ୟତୀତ ପୂର୍ବରୁ ଚାଲୁଥିବା ସ୍ବତନ୍ତ୍ର ଟ୍ରେନ୍
ନୂଆଦିଲ୍ଲୀ- ଭୁବନେଶ୍ୱର, ଭୁବନେଶ୍ୱର-ମୁମ୍ବାଇ, ଭୁବନେଶ୍ୱର- ହାଓଡ଼ା ପୂର୍ବବତ୍ ଚଳାଚଳ କରିବ ।

Comments are closed.