ଜାମ୍ମୁ କାଶ୍ମୀର : ମୁକ୍ତ ହେଲେ ଅଟକ ଥିବା ୫ ବିଧାୟକ

ଶ୍ରୀନଗର : ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହାର କରାଯିବା ପରେ ସରକାର ସେଠାରେ ଅଟକ ରଖିଥିବା ବିଭିନ୍ନ ଦଳର ପାଞ୍ଚ ଜଣ ପ୍ରମୁଖ ରାଜନେତା ତଥା ବିଧାୟକଙ୍କୁ ସୋମବାର ମୁକ୍ତ କରିଦେଇଛନ୍ତି ।  ଆଜି ଯେଉଁମାନେ ମୁକ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବିଧାୟକ ଇସଫାକ୍‍ ଜବ୍‍ବର, ନ୍ୟାସନାଲ୍‍ କନ୍‍ଫରେନ୍ସର ପୂର୍ବ ବିଧାୟକ ଗୁଲାମନବୀ ଭଟ୍ଟ, ପୂର୍ବତନ ମନ୍ତ୍ରୀ ଜହୁର ଅହମ୍ମଦ ମୀର, ପୂର୍ବତନ ବିଧାୟକ ୟସିର୍‍ ରେଶି ଓ ପିପୁଲ୍ସ ଡେମୋକ୍ରାଟିକ୍‍ ପାର୍ଟିର ବସିର୍‍ ଅହମ୍ମଦ ମିର୍‍।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଫାରୁକ ଅବଦୁଲ୍ଲା ଏବଂ ଉମର ଅବଦୁଲ୍ଲାଙ୍କୁ ଏବେ ମଧ୍ୟ ସରକାର ନିଜ ହେପାଜତରେ ରଖିଛନ୍ତି।
ଜାମ୍ମୁ କାଶ୍ମୀରର ରାଜନୈତିକ ନେତାମାନଙ୍କୁ ମୁକ୍ତ କରିବା ପାଇଁ ପିଡିପି ପକ୍ଷରୁ ଦାବି କରାଯିବା ସହ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା।

Comments are closed.