ସନ୍ଧ୍ୟା ୫ଟା ମୁଖ୍ୟ ଖବର

0

ଜାତୀୟ:

# ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଗୁରୁବାର ଦିଲ୍ଳୀର ଏକ କୋର୍ଟରୁ ସୁରକ୍ଷା ମିଳିନି, କୋର୍ଟ ତାଙ୍କୁ ପୁଣି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

# ଆମେରିକାର ମହାକାଶ ସଂସ୍ଥା ନାସା ବିକ୍ରମକୁ ଠାବ କରିବା ସହ ତା’ ସହିତ ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହେବ ବୋଲି ଯେଉଁ ଆଶା ଥିଲା, ତାହା ମଧ୍ୟ ବିଫଳ ହୋଇଛି। ନାସା ମଧ୍ୟ ବିକ୍ରମକୁ ଠାବ କରିବାରେ ବିଫଳ ହୋଇଛି।

# ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ସହ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇପାରି ନାହିଁ। ବିକ୍ରମର ଜୀବନ କାଳ ୧୪ ଦିନ ହୋଇଥିବାବେଳେ ଗୁରୁବାର ସୁଦ୍ଧା ୧୩ ଦିନ ବିତିଯାଇଛି। କିନ୍ତୁ ବିକ୍ରମ ସହିତ ଯୋଗାଯୋଗ ହୋଇପାରି ନାହିଁ।

# ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ ଉଡ଼ାଇଛନ୍ତି। ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ) ପରିସରରୁ ରାଜନାଥ ଏହାର ଉଡ଼ାଣ କରିଥିଲେ।

-ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ପ୍ରଥମ ଥର ଲାଗି କୌଣସି ଯୁଦ୍ଧ ବିମାନରେ ଉଡ଼ାଣ କରିଛନ୍ତି।

# ନିୟନ୍ତ୍ରଣ ରେଖାରେ ପାକିସ୍ତାନ କିଛିଦିନ ଧରି ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଏବେ ଅନ୍ତର୍ଜାତୀୟ ସୀମାରେଖାକୁ ଟାର୍ଗେଟ କରିଛି।

-ପାକ୍‌ ରେଞ୍ଜର୍ସଙ୍କ ପକ୍ଷରୁ କାଠୁଆ ଜିଲାର ହୀରାନଗର ସେକ୍ଟରରେ ଥିବା ଅନ୍ତର୍ଜାତୀୟ ସୀମାରେ ପ୍ରବଳ ମାତ୍ରାରେ ଗୁଳି ବର୍ଷା କରାଯାଇଛି। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିବା ସୂଚନା ମିଳିଛି।

# ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗିରଫ କରିଛି । ଆଜି ସକାଳୁ ସିବିଆଇର ଏକ ଟିମ୍‌ ଆଶୀର୍ବାଦଙ୍କ ଘରେ ଚଢ଼ାଉ କରିଥିଲା। ପୂର୍ବରୁ ସିବିଆଇ ପକ୍ଷରୁ ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତ ବେଳେ ଆଶୀର୍ବାଦଙ୍କ ଲିଙ୍କ୍‌ ନେଇ ସୁରାକ ମିଳିଥିଲା। 

# ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଅଦାଲତ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସେକ୍ ମୁସ୍ତାକକୁ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଫାଶୀ ଦଣ୍ଡ ଶୁଣାଇଛନ୍ତି।

# ଦୁଇମାସ ମଧ୍ୟରେ ୪ଟି ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ହୋଇପାରିଛି।

ଆଞ୍ଚଳିକ:

# ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗିରଫ କରିଛି । ଆଜି ସକାଳୁ ସିବିଆଇର ଏକ ଟିମ୍‌ ଆଶୀର୍ବାଦଙ୍କ ଘରେ ଚଢ଼ାଉ କରିଥିଲା। 

# ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଅଦାଲତ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସେକ୍ ମୁସ୍ତାକକୁ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଫାଶୀ ଦଣ୍ଡ ଶୁଣାଇଛନ୍ତି।

# ଦୁଇମାସ ମଧ୍ୟରେ ୪ଟି ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ହୋଇପାରିଛି।

# ବାଲେଶ୍ବର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଜାମସୁଳି ଲକ୍ଷ୍ମୀନାରାୟଣ କଲେଜରେ ପରୀକ୍ଷା ଫି ବୃଦ୍ଧି ବିରୋଧରେ ଛାତ୍ରଛାତ୍ରୀମାନେ ଚଳାଇଥିବା ଆନ୍ଦୋଳନର ୨ୟ ଦିନରେ ଆଜି ଜଳାପୋଡ଼ା, ଭଙ୍ଗାରୁଜା କରିବା ଯୋଗୁଁ କଲେଜ ଅଫିସ ଓ ଅଧକ୍ଷଙ୍କ ଅଫିସର ବହୁମୂଲ୍ୟ ଆସବାବପତ୍ର, କମ୍ପ୍ୟୁଟର, ସିସି କ୍ୟାମେରା ଆଦି ନଷ୍ଟ ହୋଇଯାଇଛି।

# ଝାରସୁଗୁଡ଼ା ଜିଲା ଲଖନପୁର ବ୍ଳକ ପଲସଦା ଗ୍ରାମରେ ଠିକା କାମ ଚାଲୁଥିବା ବେଳେ ଗୁରୁବାର ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି।

# ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ ଖରଭୁଇଁରେ ଏଆରଏସଏସ ପ୍ଲାଣ୍ଟରେ କାମ କରୁଥିବା ଜଣେ ପ୍ଲାଣ୍ଟ ଅପରେଟରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। 

ଜାତୀୟ:

# ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଗୁରୁବାର ଦିଲ୍ଳୀର ଏକ କୋର୍ଟରୁ ସୁରକ୍ଷା ମିଳିନି, କୋର୍ଟ ତାଙ୍କୁ ପୁଣି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

# ଆମେରିକାର ମହାକାଶ ସଂସ୍ଥା ନାସା ବିକ୍ରମକୁ ଠାବ କରିବା ସହ ତା’ ସହିତ ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହେବ ବୋଲି ଯେଉଁ ଆଶା ଥିଲା, ତାହା ମଧ୍ୟ ବିଫଳ ହୋଇଛି। ନାସା ମଧ୍ୟ ବିକ୍ରମକୁ ଠାବ କରିବାରେ ବିଫଳ ହୋଇଛି।

# ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ସହ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇପାରି ନାହିଁ। ବିକ୍ରମର ଜୀବନ କାଳ ୧୪ ଦିନ ହୋଇଥିବାବେଳେ ଗୁରୁବାର ସୁଦ୍ଧା ୧୩ ଦିନ ବିତିଯାଇଛି। କିନ୍ତୁ ବିକ୍ରମ ସହିତ ଯୋଗାଯୋଗ ହୋଇପାରି ନାହିଁ।

# ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ ଉଡ଼ାଇଛନ୍ତି। ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ) ପରିସରରୁ ରାଜନାଥ ଏହାର ଉଡ଼ାଣ କରିଥିଲେ।

-ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ପ୍ରଥମ ଥର ଲାଗି କୌଣସି ଯୁଦ୍ଧ ବିମାନରେ ଉଡ଼ାଣ କରିଛନ୍ତି।

# ନିୟନ୍ତ୍ରଣ ରେଖାରେ ପାକିସ୍ତାନ କିଛିଦିନ ଧରି ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଏବେ ଅନ୍ତର୍ଜାତୀୟ ସୀମାରେଖାକୁ ଟାର୍ଗେଟ କରିଛି।

-ପାକ୍‌ ରେଞ୍ଜର୍ସଙ୍କ ପକ୍ଷରୁ କାଠୁଆ ଜିଲାର ହୀରାନଗର ସେକ୍ଟରରେ ଥିବା ଅନ୍ତର୍ଜାତୀୟ ସୀମାରେ ପ୍ରବଳ ମାତ୍ରାରେ ଗୁଳି ବର୍ଷା କରାଯାଇଛି। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିବା ସୂଚନା ମିଳିଛି।

# ପଶ୍ଚିମବଙ୍ଗରେ ଏନଆରସିରୁ ବାଦ୍‌ ପଡ଼ିଥିବା ଲୋକମାନଙ୍କୁ ଆଉ ଏକ ସୁଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ବୋଲି କହିଛନ୍ତି।

# ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଅଜୟ କୁମାର ଆଜି ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ରେ ଯୋଗଦେଇଛନ୍ତି।#ମୁମ୍ବଇରେ ଗୁରୁବାର ଏବଂ ଶୁକ୍ରବାର ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇବା ଓ ମୁମ୍ବଇ ସମେତ ପାର୍ଶ୍ଵବର୍ତ୍ତୀ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେ​‌ଳେ ଏ ନେଇ ପାଣିପାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି।

-ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୨ ଦିନ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି।

# କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‍.କେ. ସିଂ ଜାମ୍ମୁ-କାଶ୍ମୀରରେ ୧୫ଟି ବିଦ୍ୟୁତ୍‍ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୦ ହଜାର କୋଟି ଟଙ୍କାର ୨୦ଟି ପ୍ରକଳ୍ପର ମଧ୍ୟ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଆନ୍ତର୍ଜାତୀୟ :

# ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍‍ତମାଗିନ ବାଟୁଲଗା ଭାରତକୁ ୫ଦିନ ଗସ୍ତରେ ଆସି ଆଜି ଅପରାହ୍ଣରେ ନୂଆଦିଲ୍ଲୀରେ ପହଞ୍ଚିବେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଓ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଆସୁଛନ୍ତି।

 

 

Leave A Reply