ଗଣଆତ୍ମହତ୍ୟା; ବେକରେ ରଶି ଲଗାଇ ଝୁଲି ପଡ଼ିଲେ ପରିବାରର ୫ ସଦସ୍ୟ

ପଟନା: ବିହାରର ସୁପୌଲ ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ପରିବାରର ୫ ସଦସ୍ୟ ଏକା ସମୟରେ ଆତ୍ମହତ୍ୟା କରିଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପୁଲିସ କହିଛି।

ସୂଚନା ଅନୁସାରେ, ସୁପୌଲ ଜିଲାର ରାଧୋପୁର ଥାନା ଅନ୍ତର୍ଗତ ଗଦ୍ଦୀୱାର୍ଡ-୪ରେ ରହୁଥିବା ଏକ ଦମ୍ପତି, ଦୁଇ ଝିଅ ଏବଂ ଏକ ପୁଅ ଘରେ କବାଟ ଦେଇ ଆତ୍ମହତ୍ୟା କରିଛନ୍ତି। ଶନିବାର ସକାଳେ ସେମାନଙ୍କ ମୃତଦେହକୁ ପୁଲିସ ଝୁଲନ୍ତା ଅବସ୍ଥାରେ ଜବତ କରିଛି। ପୁଲିସ ଘଟଣାର ତଦନ୍ତ ଚଳାଇଥିବାବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ଅଧିକ ତଦନ୍ତ ପାଇଁ ଫରେନ୍‌ସିକ୍‌ ଟିମ୍‌କୁ ଡକାଯାଇଛି।

Comments are closed.