୫ ଟି ବିଶ୍ବବିଦ୍ୟାଳୟ ପାଇଁ ରେଜିଷ୍ଟ୍ରାର ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟର ୫ଟି ବିଶ୍ବବିଦ୍ୟାଳୟ ପାଇଁ ୫ ଜଣ ରେଜିଷ୍ଟ୍ରାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ସୋମବାର ରାଜ୍ୟ ସରକାର ୫ ଜଣ ଓଏଏସ ଅଧିକାରୀଙ୍କୁ ରେଜିଷ୍ଟ୍ରାର ଭାବେ ଘୋଷଣା କରିଛନ୍ତି। ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ଓଏଏସ ଅଧିକାରୀ ଶ୍ୟାମଳୀ ମହାପାତ୍ରଙ୍କୁ ଦାୟିତ୍ବ ମିଳିଥିବା ବେଳେ ଭୁବନେଶ୍ୱରରେ ଥିବା ଓଡ଼ିଶା ୟୁନିଭରସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି(ଓୟୁଏଟି)ର ରେଜିଷ୍ଟ୍ରାର ଭାବେ ଓଏଏସ ଅଧିକାରୀ ଲୋପାମୁଦ୍ରା ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ବାଲେଶ୍ୱରରେ ଥିବା ଫକୀର ମୋହନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ଓଏଏସ ଅଧିକାରୀ ବ୍ରହ୍ମାନନ୍ଦ ବେହେରାଙ୍କୁ ଦାୟିତ୍ବ ମିଳିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱ ଓଏଏସ ଅଧିକାରୀ ସୀତାରାମ ପଟେଲଙ୍କୁ ଦିଆଯାଇଛି ଏବଂ ଓଏଏସ ଅଧିକାରୀ ସହଦେଵ ସମଧୀଆଙ୍କୁ ମୟୁରଭଞ୍ଜର ବାରିପଦାରେ ଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱ ଦିଆଯାଇଛି।

 

Comments are closed.