ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ, ୫ ଶ୍ରମିକ ମୃତ

କୁଲଗ୍ରାମ୍: ଜମ୍ମୁ କାଶ୍ମୀରର କୁଲଗ୍ରାମରେ ମଙ୍ଗଳବାର ସଂନ୍ଧ୍ୟାରେ ଏକ ବଡ ଆତଙ୍କବାଦୀ ଆକ୍ରମଣ କରି ୫ଜଣ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ଏହି ୫ ଜଣ ଶ୍ରମିକ କାଶ୍ମୀର ବାସିନ୍ଦା ନୁହନ୍ତି। ଏହି ଶ୍ରମିକମାନେ ପଶ୍ଚିମବଙ୍ଗରୁ ଯାଇ କାଶ୍ମୀରରେ ପଥର କାମ କରୁଥିଲେ। ଏହି ଆକ୍ରମଣ ପରେ ସୁରକ୍ଷାବଳ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରି ଆଗତଙ୍କବାଦୀଙ୍କ ସନ୍ଧାନରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛି। ପୁଲିସ୍‌ ଡିଜିପି ଦିଲବାଗ୍ ସିଂହ ଏହି ଘଟଣା ବାବଦରେ କହିଛନ୍ତି ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି। ଆତଙ୍କବାଦୀ ମାନେ ଲଗାତାର ଘାଟି ଅଞ୍ଚଳରେ ଖରାପ ପରିସ୍ଥିତି ସୃଷ୍ଟି କରିବାପାଇଁ ପ୍ରୟାସ ଜାରି ରଖିଛି। ଏହା ପୂର୍ବରୁ ଆତଙ୍କବାଦୀମାନେ ଅନନ୍ତନାଗରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରିଥିଲେ। ନାରାୟଣ ଦତ୍ତ ନାମକ ଏହି ଟ୍ରକ ଡ୍ରାଇଭର ଉଦ୍ଧମପୁରର କଟରା ଜିଲ୍ଲା ନିବାସୀ ଥିଲା। ସେହି ପରି ସୋମବାର ଆତଙ୍କବାଦୀ ସୋପୋରରେ ବସ ଷ୍ଟାଣ୍ଡକୁ ନିଶାଣ କରି ଗ୍ରେନେଡ଼ା ମାଡ଼ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ବ୍ୟତୀତ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରୁଥିବା ଦେଖାଦେଇଛି। ଗତ କିଛି ଦିନରେ ଜମ୍ମୁ-କଶ୍ମୀର ବାହାରୁ ଯାଇଥିବା ଫଳ ବ୍ୟବସାୟୀ, ଟ୍ରକ୍ ଡ୍ରାଇଭର ଏବଂ ଶ୍ରମିକଙ୍କୁ ଏଭଳି ଟାର୍ଗେଟ୍ କରି ସ୍ଥିତି ବିଗାଡ଼ିବାର ଅପପ୍ରୟାସ କରିଚାଲିଛନ୍ତି ଆତଙ୍କବାଦୀ।

Comments are closed.