ହରଭଙ୍ଗାରୁ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ;  ମୋଟ ସଂଖ୍ୟା ଛୁଇଁଲା ୨୩  

ହରଭଙ୍ଗା: ବୌଦ୍ଧ ଜିଲ୍ଲାରୁ ଗୁରୁବାର ୩୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତ ରୁ ୩ ,କରଂଜକଟ ପଞ୍ଚାୟତ ରୁ ଜଣେ ଏବଂ ସରସରା ପଞ୍ଚାୟତ ଅଂଚଳରୁ ଜଣେ ଲେଖାଏଁ ମୋଟ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଫଳରେ ବ୍ଲକ ରେ ନୂଆ ଆକ୍ରାନ୍ତ ଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଜିଲ୍ଲା ରେ ପ୍ରତିଦିନ ବିଭିନ୍ନ ପଞ୍ଚାୟତ ଅଂଚଳରୁ ନୂଆ ଆକ୍ରାନ୍ତ ଚିହ୍ନଟ ପ୍ରଶାସନ ଏବଂ ଜନସାଧାରଣ ଙ୍କ ମୁଣ୍ଡ ବିନ୍ଧା ର କାରଣ ହୋଇଛି ।ସମସ୍ତ ନୂଆ ଆକ୍ରାନ୍ତ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ବୌଦ୍ଧ ସିଡ଼ିଏମଓ ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।ପ୍ରତିଦିନ ଏମାନଙ୍କ ଚିକିତ୍ସା ଉପରେ ବ୍ଲକ ରାପିଡ ରେସ୍ପଂଡ଼ ଟିମ ସ୍ୱାସ୍ଥ୍ୟବସ୍ଥା ଉପରେ ଫିଡବ୍ୟାକ୍‍ ଗ୍ରହଣ କରିଛି ।

Comments are closed.