ଭୁବନେଶ୍ଵରରୁ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ପୁଣି ୫ଜଣ କରୋନା ପଜିଟିଭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର ସନ୍ଧ୍ୟାରେ ଏହି ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି ।


ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଆକ୍ରାନ୍ତ ଡୁମଡୁମା ଅଞ୍ଚଳରୁ ରହିଛନ୍ତି ଯିଏକି ପଶ୍ଚିମବଙ୍ଗ ଫେରନ୍ତା, ସେହିପରି ଓଲ୍ଡ ଟାଉନ୍‌ରୁ ଜଣେ ଆକ୍ରାନ୍ତ ରହିଛନ୍ତି  ଯିଏକି ଗୁଜରାଟରୁ ଫେରିଥିଲେ । ସେହିପରି ଘାଟିକିଆରୁ ଅଞ୍ଚଳରୁ ଜଣେ ଆକ୍ରାନ୍ତ ରହିଛନ୍ତି, ଯିଏ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ । ଏତତ୍ ବ୍ୟତୀତ ପୋଖରୀପୁଟରୁ ମଧ୍ୟ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀରୁ ଫେରିଥିଲେ । ଏହାସହ ରାଜଧାନୀରେ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତ ଜଣଙ୍କ ହେଉଛନ୍ତି ଗଜପତିନଗର ଅଞ୍ଚଳର ।

ତେବେ ଆଜି ଚିହ୍ନଟ ହୋଇଥିବା ଏହି ୫ ଜଣଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ଜଣେ ସିଆଇଏସ୍‌ଏଫ୍ ଯବାନ ଥିବା ବିଏମ୍‌ସି ସୂଚନା ଦେଇଛି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬ରେ ପହଂଚିଛି । ସୁସ୍ଥ ସଂଖ୍ୟା ୫୧, ମୃତ୍ୟୁ ୩ ଏବଂ ଆକ୍ଟିଭ କେସ୍ ୩୨ ରହିଛି ।

Comments are closed.