୬୨ ମିନିଟରେ ୧୦ କିଲୋମିଟର ଦୌଡିଲେ ୫ ମାସର ଗର୍ଭବତୀ ଇଞ୍ଜିନିୟର

ବେଙ୍ଗାଲୁରୁର ଅଙ୍କିତା ଗୌର ମହିଳାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବିଶେଷ ଭାବେ ଯେଉଁ ମହିଳାମାନେ ଗର୍ଭାବସ୍ଥାରେ ବ୍ୟାୟାମ ଏବଂ ଶାରୀରିକ କାର୍ଯ୍ୟକଳାପ ପାଇଁ ଚିନ୍ତିତ ଅଛନ୍ତି, ସେମାନଙ୍କ ପାଇଁ ୫ ମାସର ଗର୍ଭବତୀ ଅଙ୍କିତା ନୂଆ ବାର୍ତ୍ତା ଦେଇଛନ୍ତି। ସେ ମାତ୍ର ୬୨ ମିନିଟରେ ୧୦ କିଲୋମିଟର ଦୌଡ଼ି ସଫଳତା ହାସଲ କରିଛନ୍ତି। ବୃତ୍ତିରେ ଇଞ୍ଜିନିୟର ଅଙ୍କିତା ରବିବାର ଦିନ ଟିସିଏସ୍ ୱାର୍ଲ୍ଡ ୧୦କେ ଦୌଡରେ ଏହି ସଫଳତା ହାସଲ କରିଛନ୍ତି। ସେ ଗତ ୯ ବର୍ଷ ଧରି ନିୟମିତ ଭାବରେ ଦୌଡିବା ଅଭ୍ୟାସ କରୁଥିବା ଜଣାପଡିଛି।
Ankita Gaur is all set to make headlines at #TCSW10K 2020! 🤩
Read more here: https://t.co/TBHpJKPY6a#ThisRunW10K pic.twitter.com/XOUpduaG4E
— tcsw10k (@TCSWorld10K) December 19, 2020
ଟିସିଏସ ୱାର୍ଲ୍ଡ ୧୦କେ ଦୋୖଡରେ ସଫଳତା ପରେ ଅଙ୍କିତା କହିଛନ୍ତି, ମୁଁ ଯେମିତି ଗତ ୯ ବର୍ଷ ହେଲା ଦୌଡୁଥିଲି ଠିକ୍ ସେହିଭଳି ଥିଲା ଆଜିର ଦୌଡ। ସେ କହିଛନ୍ତି ଯେ ଘାତ ପ୍ରତିଘାତ ସତ୍ୱେ ଦୌଡିବା ଅଭ୍ୟାସ ଜାରି ରଖିଛନ୍ତି। ଦୌଡିବା ତାଙ୍କ ପାଇଁ ନିଶ୍ୱାସ ନେବା ପରି ବୋଲି ସେ କହିଛନ୍ତି।
ଅଙ୍କିତା ୨୦୧୩ ଠାରୁ ଟିସିଏସ୍ ୱାର୍ଲ୍ଡ ୧୦କେରେ ଯୋଗ ଦେଉଛନ୍ତି। ସେ ଅନେକ ଅନ୍ତର୍ଜାତୀୟ ମାରାଥନରେ ମଧ୍ୟ ଭାଗ ନେଇଛନ୍ତି। ସେ ବର୍ଲିନ୍, ବୋଷ୍ଟନ୍ ଏବଂ ନ୍ୟୁୟର୍କ ମାରାଥନରେ ଦୌଡୁଛନ୍ତି। ଗର୍ଭାବସ୍ଥାରେ ଦୌଡିବା ବିଷୟରେ ଅଙ୍କିତା କହିଛନ୍ତି ଯେ ପ୍ରକୃତରେ ଦୌଡିବା ଅତ୍ୟନ୍ତ ନିରାପଦ ଅଟେ। ଗର୍ଭାବସ୍ଥାରେ ଦୌଡିବା ଏକ ଭଲ ବ୍ୟାୟାମ। ଆମେରିକୀୟ କାଉନସିଲ୍ ଅଫ୍ ହେଲ୍ଥ ଅନୁଯାୟୀ, ଯଦି ଆପଣ ଜଣେ ରନର୍ ଅଟନ୍ତି, ଏହା ସମ୍ପୂର୍ଣ୍ଣ ଭଲ ଅଟେ।
ମା’ ହେବା ପୂର୍ବରୁ ଏହି ଦୌଡ ପାଇଁ ପ୍ରସ୍ତୁତି ବିଷୟରେ ଅଙ୍କିତା କହିଛନ୍ତି ଯେ ସେ ନିୟମିତ ଭାବରେ ୫ରୁ ୮ କିଲୋମିଟର ଦୌଡୁଥିଲେ। ପୂର୍ବରୁ ସେ ଟିସିଏସ୍ ୱାର୍ଲ୍ଡ ୧୦କେରେ ପଦକ ଜିତିଥିଲେ କିନ୍ତୁ ଏଥର ଦୌଡିବା ମଧ୍ୟରେ ବିରତି ନେବାକୁ ପଡିବାରୁ ପଦକ ଜିତି ପାରିଲେ ନାହିଁ।
I am an engineer from Bengaluru, for whom running and mentoring runners is almost like a second profession.
2011 was…
Posted by TCS World 10K Bengaluru on Saturday, 19 December 2020