ନିଶା ସେବନ କରୁଥିବା ୫ ନାବାଳକ ଉଦ୍ଧାର

ଚୌଦ୍ୱାର : ଚୌଦ୍ୱାର ପୁଲିସ ଚୌଦ୍ୱାର ପୌରପାଳିକା ଚାରବାଟିଆ ବଜାର ନିକଟ ଗଉଡ଼ସାହି ଓ ମୁଣ୍ଡା ସାହିରେ ଚଢ଼ଉ କରି ନିଶା ଅଭ୍ୟାସରେ ପଡ଼ି ଯାଇଥିବା ୫ଜଣ ଶିଶୁଙ୍କୁ ଉଦ୍ଧାର କରିଛି। ଚାରବାଟିଆ ବଜାର ନିକଟ ସାହି ଗୁଡ଼ିକରେ ଛୋଟ ଛୋଟ ପିଲାମାନେ ନିଶା ଅଭ୍ୟାସ କରିବା ସହିତ ନିୟମିତ ନିଶା ସେବନ କରି ପରସ୍ପର ମଧ୍ୟରେ କଳି ଝଗଡ଼ା ଲାଗୁଥିବା ବିଶେଷ ସୁତ୍ରରୁ ଖବର ମିଳିବା ପରେ ଆଇଆଇସି ବିରଞ୍ଚିି ନାରାୟଣ ପତିଙ୍କ ନିର୍ଦ୍ଦେଶରେ ଥାନାର ଏକ ଦଳ ଓ ଟାଙ୍ଗୀ-ଚୌଦ୍ୱାର ଟାସ୍କଫୋର୍ସ ସଦସ୍ୟ ନରୋତ୍ତମ ଦାସଙ୍କ ମିଳିତ ସହଯୋଗରେ ଉକ୍ତ ଅଞ୍ଚଳରେ ଚଢ଼ଉ କରାଯାଇ ୫ଜଣ ନାବାଳକଙ୍କୁ ଉଦ୍ଧାର କରି କଟକ ସ୍ଥିତ ଚାଇଲ୍ଡ ଲାଇକୁ ହସ୍ତାନ୍ତର କରାଯାଇଛି। ପରେ ଉକ୍ତ ପିଲା ମାନଙ୍କୁ ସୁଧାର ଗୃହକୁ ପଠାଇ ଦିଆ ଯାଇଛି । ଉଦ୍ଧାର ହୋଇଥିବା ପିଲା ମାନଙ୍କ ବୟସ ୮ରୁ ୧୨ ବର୍ଷ ମଧ୍ୟରେ ହେବ ବୋଲି ଜଣା ପଡ଼ିଛି । ଏହି ପିଲାମାନେ ନିଶା ସେବନ କରୁଥିବା ଆଗରୁ ଜାଣିଥିବା କିଛି ପିଲାଙ୍କ ଅଭିଭାବକ କହୁଥିବାବେଳେ ଅନ୍ୟ କିଛି ପିଲାଙ୍କ ଅଭିଭାବକ ଏସମ୍ପର୍କରେ ଜାଣି ନଥିବା ପ୍ରକାଶ କରିଥିଲେ । ତେବେ ସ୍ଥାନୀୟ ଚାରବାଟିଆ ବଜାରରେ ସମସ୍ତ ପ୍ରକାର ନିଶାଦ୍ରବ୍ୟ ବ୍ୟାପକ ପରିମାଣରେ ବିକ୍ରି ହେଉଥିବା ଓ ସହଜରେ ମିଳୁଥିବାରୁ ବହୁ ଲୋକ ଓ ଛୋଟଛୋଟ ପିଲାମାନେ ନିଶାର ଶୀକାର ହେଉଛନ୍ତି । ପ୍ରଶାସନ ଏଦିଗରେ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Comments are closed.