ପୁଲିସ – ମାଓବାଦୀ ମଧ୍ୟରେ ଗୁଳିବିନିମୟ ; ୫ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୫ ମାଓବାଦୀ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ସ୍ୱାଭିମାନ ଅଂଚଳ ସୀମାନ୍ତ ଆନ୍ଧ୍ର ବିଶାଖାପାଟଣା ଜିଲ୍ଲା କାୟାଉରୁ ଥାନା ମେଟା ଜଙ୍ଗଲରେ ଗ୍ରେ ହାଉଣ୍ଡସ୍‍ ଯବାନ କୁମ୍ବି ଅପରେସନ କରୁଥିବା ସମୟରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏ ଓ ବି ବୋର୍ଡର ଜୋନାଲ ମାଓବାଦୀ ସଂଗଠନ ପକ୍ଷରୁ ଏଠାରେ ବୈଠକ ଚାଲି ଥିବା ଖବର ପାଇ ପୁଲିସ ମାଓବାଦୀ କ୍ୟାମ୍ପରେ ଉପରେ ଆକ୍ରମଣ କରିଥିଲେ । ଏବେ ମଧ୍ୟ ଏଠାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଘଟଣାସ୍ଥଳରୁ ପୁଲିସ ବିସ୍ପୋରକ ଓ ବନ୍ଧୁକ ଜବତ କରିଛି ।

Comments are closed.