ବେକାରି ସ୍ଥିତି ସଂଗୀନ; ୫ ପିଅନ ପଦକୁ ୨୩,୦୦୦ ଆବେଦନକାରୀ

0

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ବେକାରି ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗୋଟିଏ ଗୋଟିଏ ପଦକୁ ହଜାର ହଜାର ଆଶାୟୀ ଆବେଦନ କରିବା ଦେଶରେ ବେକାରି ହାରର ଉତ୍କଟ ଚିତ୍ରକୁ ପଦାରେ ପକାଇଦେଇଛି। ସମ୍ପ୍ରତି ୫ ପିଅନ ପଦ ପଦ ପାଇଁ ୨୩,୦୦୦ ପ୍ରାର୍ଥୀ ଆବେଦନ କରିବା ଏହାର ଏକ ଜ୍ବଳନ୍ତ ଉଦାହରଣ। ଭାରତରେ ନିଯୁକ୍ତି ସ୍ଥିତି ବେଶ ଚିନ୍ତାଜନକ। ଦେଶର ନିଯୁକ୍ତି କ୍ଷେତ୍ରରେ ଦେଖାଦେଇଥିବା​‌ ଏଭଳି ପରିସ୍ଥିତି ନେଇ ଏବେ ସତର୍କ କରାଇଛନ୍ତି ଦେଶର କେତେକ ନାମୀ ପରାମର୍ଶ ପ୍ରଦାନକାରୀ ଏ‌େ​‌ଜନ୍ସି। ଭାରତରେ ସମ୍ପ୍ରତି ନିଯୁକ୍ତି ସ୍ଥିତି ବେଶ ସଙ୍କଟଜନକ ରହିଥିବା ନିକଟରେ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‍ ଇକୋନୋମି (ସିଏମ୍‍ଆଇଇ) ପକ୍ଷରୁ ମଧ୍ୟ ଚେତାଇ ଦିଆଯାଇଥିଲା। ଏସିଆ ମହାଦେଶର ଏହି ତୃତୀୟ ବୃହତ୍‌ ଅର୍ଥନୀତିରେ ସରକାର ନୂତନ ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। ବିକାଶ ଏବଂ ଡିଜିଟାଲ ଇଣ୍ଡିଆର ଡିଣ୍ଡିମ ପିଟୁଥିବା ମୋଦୀ ସରକାରଙ୍କ ପାଇଁ ନିର୍ବାଚନରେ ବେକାରି ପ୍ରସଙ୍ଗ ​‌ଏକ ବଡ ଚ୍ୟାଲେଞ୍ଜ ହେବ।
ଏହି ବେକାରି ସ୍ଥିତିର ଅନ୍ୟତମ ଉଦାହରଣ ଭାବେ ଏମ୍‌ବିଏ ପଢିଥିବା ଯୁବକ ବିଶାଳ ​‌େ​‌ଚୗଧୁରୀଙ୍କୁ ନିଆଯାଇପାରେ। ଦିନକୁ ଦିନ ନିମ୍ନମୁଖୀ ହେଉଥିବା ଭାରତର ନିଯୁକ୍ତି ବଜାରରେ ଚାକିରିଟିଏ ପାଇବା ଲାଗି ୨୭ ବର୍ଷୀୟ ବିଶାଳଙ୍କୁ ୨ ବର୍ଷ ସଂଘର୍ଷ କରିବାକୁ ପଡିଛି। ଚାକିରି ପାଇଁ ଗତବର୍ଷ ବିଶାଳ ୫୦ଟି ଇଣ୍ଟରଭ୍ୟୁ ଦେଇଥିବା କହିଛନ୍ତି। ୨୦୧୮ରେ ସେ ଏକ ସରକାରୀ ‘ପିଅନ୍‌’ ପଦବୀ ନିମନ୍ତେ ଆବେଦନ କରିଥିଲେ। ସେଥିରେ ୨୩,୦୦୦ ଆବେଦନକାରୀ ଥିଲେ। ସେହିଭଳି ଭାରତୀୟ ରେଳବାଇର ୬୩,୦୦୦ ପଦବୀ ନିମନ୍ତେ ୧ କୋଟି ୯୦ ଲକ୍ଷ ବ୍ୟକ୍ତି ଆବେଦନ କରିଥିଲେ। ୨୦୧୪ରେ କ୍ଷମତାକୁ ଆସିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୧୦ ଳକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ଆଶା ଦେଖାଇଥିଲେ। ଦେଶରେ ୬୫% ଜନସଂଖ୍ୟା ହେଉଛି ୩୫ ବର୍ଷରୁ କମ୍‌। ଦେଶର ଆର୍ଥିକ ଅଭିବୃଦ୍ଧି ୮% ତଳକୁ ଖସିଆସିବା ବର୍ତ୍ତମାନ ପରିସ୍ଥିତିରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତାକୁ ଦର୍ଶାଉଛି। ଭାରତରେ ବେକାରି ସ୍ଥିତି ୧୯୭୦ ପରଠାରୁ ରେକର୍ଡ ସ୍ତର​‌ରେ ପହଞ୍ଚିଥିବା ନିକଟରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।​‌ ଦେଶର ଏହି ବେକାରି ସ୍ଥିତି ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମତ ରଖି କହିଛନ୍ତି ​‌ଯେ, ନିଯୁକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଏକ ଜାତୀୟ ବିପର୍ଯ୍ୟୟ ସୃ​‌ଷ୍ଟି କରିଛନ୍ତି। ବିମୁଦ୍ରାୟନ ଏବଂ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଯୋଗୁ ଦେଶର ଅର୍ଥନୀତି ବିଶେଷ ଭାବେ ପ୍ରଭାବିତ ହୋଇଛି। ବିମୁଦ୍ରାୟନରେ କେବଳ ଏକ କଳା ଅର୍ଥନୀତିକୁ ନଗଦ ଅର୍ଥକୁ ନେଇଯିବା ଲାଗି ସରକାର ୨୦୧୬ରେ ରାତିଅଧିଆ ୮୬% ବ୍ୟାଙ୍କ ନୋଟ୍‌କୁ ବିମୁଦ୍ରାୟନ କରି ବଜାରରୁ ପ୍ରତ୍ୟାହାର କରିନେଇଥିବା ରାହୁଲ କହିଛନ୍ତି।
ଦେଶର ଅଧା ଭାଗ ଶ୍ରମଶକ୍ତି କୃଷି କ୍ଷେତ୍ରରେ ନିୟୋଜିତ। ଅର୍ଥନୀତି ବଦଳୁଥିବାରୁ ଅଧିକାଂଶ ଶ୍ରମଶକ୍ତି ବିନିର୍ମାଣ ଏବଂ ସେବା କ୍ଷେତ୍ରକୁ ଅଗ୍ରସର ହେଉଥିବା ଦୃଷ୍ଟିରୁ ଏହି ଦୁଇ କ୍ଷେତ୍ରରେ ଭାରତରେ ନିଯୁକ୍ତି ସ୍ଥିତି ଏସିଆରେ ସବୁଠାରୁ ମନ୍ଥର ରହିଥିବା ଜଣାଯାଇଛି। ଏହି ଦୁଇ କ୍ଷେତ୍ରରେ ହିଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ। କଠୋର ଶ୍ରମ ଆଇନ ଏବଂ ଦକ୍ଷତା ପ୍ରଶିକ୍ଷଣରେ ପର୍ଯ୍ୟାପ୍ତ ନିବେଶ କରାଯାଉ ନ ଥିବାରୁ ଅଧିକ ରୋଜଗାର ସୃଷ୍ଟି ହୋଇପାରୁ ନ ଥିବା ଆଥିର୍ର୍କ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି) ପକ୍ଷରୁ କୁହାଯାଇଛି। ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପ୍ରଫେସର ସନ୍ତୋଷ ମେହେରୋତ୍ରାଙ୍କ କହିବାନୁଯାୟୀ, ଘରୋଇ ନିବଶେରେ ତୀବ୍ର ହ୍ରାସ ଯୋଗୁ ଘରୋଇ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହୋଇପାରୁନାହିଁ। ୨୦୦୫ରେ ଦେଶରେ ୩୬.୭% ମହିଳାଙ୍କୁ ନିଯୁକ୍ତି ମିଳିଥିବାବେଳେ କେବଳ ୨୦୧୮ରେ ଏହା ୨୬%କୁ ହ୍ରାସ ଘଟିଥିବା ନିକଟରେ ଡି​‌େ​‌ଲାଇଟି ପକ୍ଷରୁ କରାଯାଇଥିବା ସର୍ଭେ ରି​‌େପ​‌ାର୍ଟରେ କୁହାଯାଇଛି।

Leave A Reply