ଜମ୍ମୁ-କଶ୍ମୀର: ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ସୋମବାର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଜେସିଓ(ଜୁନିୟର କମିଶନ୍‌ଡ ଅଫିସର)ଙ୍କ ସମେତ ୫ ଯବାନ ଶହୀଦ ହୋଇଛନ୍ତି।

ସୂଚନା ଅନୁସାରେ, ଚମରେର ଜଙ୍ଗଲରେ ସୁରକ୍ଷାବାହିନୀ ଆତଙ୍କବାଦୀ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେମାନେ ପ୍ରାଣ ହରାଇଥିଲେ।

 

Comments are closed.