ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ସିଆରପିଏଫ ଯବାନଙ୍କ ସମେତ ୫ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବଡଗାମରେ ଆତଙ୍କବାଦୀମାନେ ମଙ୍ଗଳବାର ଲାଗାତର ୩ୟ ଦିନ ପାଇଁ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଗ୍ରେନେଡ ଆକ୍ରମଣ କରିବା ଫଳରେ ଜଣେ ସିଆରପିଏଫ ଯବାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ସୁରକ୍ଷାକର୍ମୀମାନେ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି।

ଏହା ପୂର୍ବରୁ ଗତକାଲି ଅର୍ଥାତ ସୋମବାର ଉତ୍ତର କାଶ୍ମୀରର କୁପୱାଡ଼ା ଜିଲାରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ସିଆରପିଏଫର ୩ ଯବାନ ଶହୀଦ ହୋଇଥିଲେ। ଅନ୍ୟ ୪ ଜଣ ଯବାନ ଆହତ ହୋଇଥିଲେ। କାରରେ ଆସିଥିବା ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଯବାନଙ୍କ ପାଲଟା ଆକ୍ରମଣ ଯୋଗୁ ସେମାନେ ଫେରାର ହୋଇଯାଇଥିଲେ।

Comments are closed.