ଜୁଆ ଆଡ୍ଡାରେ ଚଢ଼ଉ, ୫ ଗିରଫ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୫ ନମ୍ବର ୱାର୍ଡ଼ ହିଙ୍ଗୁଳାଇ ପଡ଼ିଆରେ ଜୁଆ ଖେଳ ଚାଲିଥିବାବେଳେ ପୁଲିସ ଚଢ଼ଉ କରି ଜୁଆ ଖେଳୁଥିବା ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୧୨ହଜାର ୯୬୦ ଟଙ୍କା ସହିତ ଜୁଆ ଖେଳ ସାମଗ୍ରୀ ଜବତ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ହିଙ୍ଗୁଳାଇ ପଡ଼ିଆ ଠାରେ ବେଆଇନ୍‍ ଜୁଆ ଖେଳ ଚାଲିଥିବା ଖବରପାଇ ଥାନା ଏସ୍‍ଆଇ ରଞ୍ଜନ କୁମାର ନାୟକ ସଦଳବଳେ ସୋମବାର ପୂର୍ବାହ୍ନରେ ଘଟଣାସ୍ଥଳର ଚଢ଼ଉ କରି ଜୁଆ ଖେଳୁଥିବା ଅବସ୍ଥାରେ ଗୁପ୍ତେଶ୍ୱର ସାହିତ ଚିତ୍ତରଞ୍ଜନ ବେହେରା, ପ୍ରତାପ ଦଳେଇ, ପ୍ରଶାନ୍ତ ବେହେରା, ତଳ ବଜାରର ବିଲୁ ଭୋଇ, ବ୍ରହ୍ମଣ ସାହିର ବସନ୍ତ ସାହୁଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ନଗଦ ଟଙ୍କା, ଏକମୁଠା ତାସ୍‍, ଗୋଟିଏ ସ୍କୁଟି ଜବତ କରାଯାଇଛି।

Comments are closed.