ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ସୁଆଣ୍ଡୋ : ପୁରୀ ଜିଲା ଡେଲାଙ୍ଗବ୍ଲକ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ମଧୁବାବୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜୟୀରାଜ ଗୁରୁ ଓ ଚାଖୀଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତି ଗୁରୁବାର ଲୋକାର୍ପିତ ହୋଇଛି। ଉତ୍କଳ ସ୍ଵାଭିମାନ ମଞ୍ଚ ପକ୍ଷରୁ ଏହି ପ୍ରତିମୂର୍ତ୍ତି ଯୋଗାଇ ଦିଆଯାଇଥିଲା। ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଉପଦେଷ୍ଟା ପ୍ରସନ୍ନ କୁମାର ହୋତା ଡକ୍ଟର ଅଦୈତ ଚରଣ ନାୟକ ଡ ପ୍ରଭାକର ତ୍ରିପାଠୀ ଜଟାଧାରୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ସ୍ଵାଭିମାନ ମଞ୍ଚ ସଭାପତି ରାଧାକାନ୍ତ ଦାଶ ସଭାପତିତ୍ବ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା ଅତିଥି ପରିଚୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବୀତ ବିଜୟ କୁମାର ଦାସ, ଚନ୍ଦ୍ର ପାଣି ଭୀମ ହଜୁରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଓ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ବୁଦ୍ଧିଜୀବୀଙ୍କ ସହିତ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...