ମହଙ୍ଗା ପଡିଲା ଟଙ୍କା ମାଗିବା : ୫ ନକଲି ମାଓବାଦୀ ଗିରଫ୍‍

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ପେଟା ଗ୍ରାମରେ ଚାଲିଥିବା ଗ୍ରାନାଇଟ୍‍ ଖଣି ଲିଜ୍‍ ଧାରୀଙ୍କୁ ମାଓବାଦୀର ପରିଚୟ ଦେଇ ୫୦ଲକ୍ଷ ଟଙ୍କା ମାଗୁଥିବା ୫ଜଣ ନକଲି ମାଓବାଦୀଙ୍କୁ ରବିବାର ପୁଲିସ୍‍ ଗିରଫ୍‍ କରିଛି । ସେମାନେ ଟଙ୍କା ନ ଦେଲେ ସମ୍ପୃକ୍ତ ଖଣିକୁ ବୋମାମାଡ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ତେବେ ଏହାପରେ ସମ୍ପୃକ୍ତ ଖଣି ଲିଜ୍‍ଧାରୀ ମୋଟୁ ଥାନାରେ ଏକ ଏତଲା ଦେବା ପରେ ମୋଟୁ ପୁଲିସ୍‍ ଘଟଣାର ତଦନ୍ତ ଆରମ୍ଭ କରି ୫ ଜଣଙ୍କୁ ଗିରଫ୍‍ କରିଛି। ଏମାନେ ନକଲି ମାଓବାଦୀ ବୋଲି ଜଣାପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳର ୩ଜଣ ଏବଂ  ୨ ଜଣ ଆନ୍ଧ୍ରପ୍ରଦେଶର ବୋଲି ଜଣା ପଡ଼ିଥିବା ମାଲକାନଗିରି ଏସ୍‍ଡିପିଓ ପ୍ରହ୍ଲାଦ ସହାଇ ମିନା ପ୍ରକାଶ କରିଛନ୍ତି।

Comments are closed.