ଭୁଷୁଡିଲା ଘର ; ଆଖି ବୁଜିଲେ ଗୋଟିଏ ପରିବାରର ୫ ଜଣ

ମିର୍ଜାପୁର : ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ସାନ ଗୁଦରୀ ଅଞ୍ଚଳରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏକ ଘର ଭୁଷୁଡି ପଡିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକମାନଙ୍କ ମଧ୍ୟରେ ବାପା,ମାଆ ଓ ୩ ପୁଅ ରହିଛନ୍ତି। ଘଟଣାରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଏଯାଏଁ ୫ ଟି ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ, ପୁଲିସ ଓ ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

Comments are closed.