ବସରେ ନିଆଁ ଲାଗି ୫ ଯାତ୍ରୀ ଜୀବନ୍ତ ଦଗ୍ଧ ; ୨୭ ଆହତ

କର୍ଣ୍ଣାଟକ : କର୍ଣ୍ଣାଟକର ଚିତ୍ରଦୁର୍ଗରେ ଏକ ଘରୋଇ ବସରେ ନିଆଁ ଲାଗିଥିବା ବୁଧବାର ଜଣାପଡ଼ିଛି। ଏଥିରେ ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଜିଲା ହସ୍ପିଟାଲରେ ଭର୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଜଣେ ମହିଳା ଥିବା ଅନ୍ୟ ଅନ୍ୟ ୨ ଜଣଙ୍କ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
ଗତକାଲି ବିଳମ୍ବିତ ରାତିରେ ବସଟି ବାଙ୍ଗାଲୁରୁରୁ ବିଜୟପୁରା ଯାଉଥିଲା। ମାତ୍ର ଚିତ୍ରଦୁର୍ଗ ରାଜପଥରେ ବସଟିରେ ହଠାତ ନିଆଁ ଲାଗି ଯାଇଥିଲା। ବସରେ ପ୍ରାୟ ୩୨ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ବସରେ ନିଆଁ ଲାଗିବାର କାରଣ ଇଞ୍ଜିନରେ ତ୍ରୁଟି ଥିବା କୁହାଯାଉଛି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Comments are closed.