କେନ୍ଦ୍ରୀୟ କର୍ମଚାରୀଙ୍କୁ ଏବେ ମିଳି ନ ପାରେ ବର୍ଦ୍ଧିତ ମହଙ୍ଗା ଭତ୍ତା !

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏବେ ମିଳି ନ ପାରେ ବର୍ଦ୍ଧିତ ମହଙ୍ଗା ଭତ୍ତା । କାରଣ କେନ୍ଦ୍ର ସରକାର ଏହି ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଯୋଗୁ ଆର୍ଥିକ ଦୃଷ୍ଟିରୁ ସରକାର ଚାପଗ୍ରସ୍ଥ ଅଛନ୍ତି ା ମାର୍ଚ୍ଚରେ କେନ୍ଦ୍ର କ୍ୟାବିନେଟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ଘଟାଇଥିଲେ। ଏହାଫଳରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବଢି ୨୧ ପ୍ରତିଶତ ହୋଇଛି। କିନ୍ତୁ କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ କେନ୍ଦ୍ର ସରକାର ଏହି ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ଏବେ ଦେଇ ନ ପାରନ୍ତି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଅନ୍ୟପଟେ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ପରେ ମଧ୍ୟ ଏହି ଭତ୍ତା ବୃଦ୍ଧି ନେଇ ଆନୁଷ୍ଠାନିକ ଭାବେ କୌଣସି ଚିଠି ଜାରି ହୋଇନାହିଁ । ଏହି ଖର୍ଚ୍ଚ କାଟ ଜରିଆରେ ସରକାର ପ୍ରାୟ ମାସକୁ ୧ ହଜାର କୋଟି ଟଙ୍କା ସଞ୍ଚୟ କରିପାରିବେ ବୋଲି କୁହାଯାଉଛି। କୋଭିଡ-୧୯ ପରି ବିଶ୍ୱ ମହାମାରୀକୁ ମୁକାବିଲା କରିବା ପାଇଁ ବିପୁଳ ଅର୍ଥ ଆବଶ୍ୟକ ହେଉଥିବାବେଳେ ଦେଶର ଅର୍ଥନୀତିକୁ ସହାୟତା ଯୋଗାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Comments are closed.