ରାଜ୍ୟରେ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡରୁ ୩ ଏବଂ ଖୋର୍ଦ୍ଧାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୦୭୩କୁ ବୃଦ୍ଧିପାଇଛି। ମୃତକଙ୍କ ମଧ୍ୟରୁ ଦୁଇଜଣ ଅନ୍ୟାନ୍ୟ ରୋଗରେ ପୂର୍ବରୁ ଆକ୍ରାନ୍ତ ଥିବା ଜଣାଯାଇଛି। ଆଜିକୁ ମିଶାଇ ଦୁଇଦିନ ହେଲା ରାଜ୍ୟରେ ସଂକ୍ରମଣ ପ୍ରାୟତ ସ୍ଥିର ସ୍ଥିତିରେ ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇବା ସାମାନ୍ୟ ଆଶ୍ୱସ୍ତିର ବିଷୟ ହୋଇଛି। ତେବେ ଖୋର୍ଦ୍ଧାରେ ସଂକ୍ରମଣ ସ୍ତର ଶୀର୍ଷରେ ରହିବା ମୁଖ୍ୟ ଚିନ୍ତାର କାରଣ ପାଲଟିଛି। ସରକାରଙ୍କ ପକ୍ଷରୁ ଆସନ୍ତା ୫ ତାରିଖରୁ ଘୋଷଣା କରାଯାଇଥିବା ତାଲାବନ୍ଦ ଦ୍ୱାରା ପରିସ୍ଥିତିକୁ ନିୟନ୍ତଣ କରାଯାଇପାରିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comments are closed.