ଏଲଏସି ହିଂସା: ଚୀନର ୫ ସୈନ୍ୟ ନିହତ ହୋଇଥିବା ଆଶଙ୍କା, ଭାରତ ଉପରେ ଦୋଷ ଲଦିଲା ବେଜିଂ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସାରେ କେବଳ ଭାରତର ୩ ଯବାନ ଶହୀଦ ହୋଇନାହାନ୍ତି, ଚୀନର ମଧ୍ୟ ୫ ସୈନ୍ୟ ନିହତ ହୋଇଥିବା ଆଶଙ୍କା କରାଯାଉଛି। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଏହି ଗଣ୍ଡଗୋଳରେ ଗୁଳିମାଡ଼ ହୋଇନାହିଁ ବୋଲି ଚୀନ କହିଛି। କିନ୍ତୁ ଏଥିପାଇଁ ଚୀନ ସରକାର ଭାରତକୁ ଦାୟୀ କରିଛନ୍ତି। ଭାରତ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ଚୀନ ଅଭିଯୋଗ କରିଛି।

ଘଟଣା ପରେ ଚୀନ ବିଦେଶ ମନ୍ତ୍ରଣାଳୟ ଭାରତ ଉପରେ ଦୋଷ ଲଦିଛି। ବେଜିଂ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସୈନ୍ୟ ଚୀନ ସୀମାରେ ଅନୁପ୍ରବେଶ କରିଛନ୍ତି। ଭାରତୀୟ ସୈନିକମାନେ ଚୀନ ସୀମା ଭିତରକୁ ପଶି ଚୀନ ସୈନ୍ୟଙ୍କ ଉପରେ ଆକ୍ରମଣ କରିଛନ୍ତି। ଭାରତ ଏପରି ଏକପାଖିଆ କାର୍ଯ୍ୟାନୁଷ୍ଠାନ ନ ନେଉ ବୋଲି ଚୀନ କହିଛି। ଅନ୍ୟପଟେ ଭାରତ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ। କେବଳ କୁହାଯାଇଛି ଯେ, ସୋମବାର ରାତିରେ ଗଲୱାନ ଘାଟିରେ ଡି-ଏସକାଲେଶନ ପ୍ରକ୍ରିୟା ଜାରି ରହିଥିବାବେଳେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ହାତାହାତି ହୋଇଛି। ଏଥିରେ ଜଣେ ଭାରତୀୟ ସେନା ଅଧିକାରୀଙ୍କ ସମେତ ୩ ଯବାନ ଶହୀଦ ହୋଇଛନ୍ତି।

Comments are closed.