୩ଟି ରାଜ୍ୟରେ କଂଗ୍ରେସର ବାଜିମାତ୍

0

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନରେ ବିଜେପି କୁ ପଛରେ ପକାଇଛି କଂଗ୍ରେସ । ପାଞ୍ଚଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଥିବା ଜଣାପଡିଛି । ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଛି । ଶେଷ ରିପୋର୍ଟ ସୁଦ୍ଧା କଂଗ୍ରେସ ୧୧୭ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ୧୦୪ଟି ଏବଂ ଅନ୍ୟ ଦଳଗୁଡିକ ୯ଟି ଆସନ ହାସଲ କରିଛନ୍ତି । ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନା ପାଇଁ ନଭେମ୍ବର ୨୮ରେ ମତଦାନ ହୋଇଥିଲା।

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବିକ, ୨୦୧୮ରେ ମଧ୍ୟପ୍ରଦେଶରେ ମୋଟ ୫ କୋଟି ୩ ଲକ୍ଷ ୯୪ ହଜାର ୮୬ (୫,୦୩,୯୪,୦୮୬) ଲୋକ ଭୋଟ ଦାନ କରିଥିଲେ । ସେଥିମଧ୍ୟରୁ ମହିଳା ମତଦାତାଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୭୬ ହଜାର ୬୯୩ (୭୪.୦୩ ପ୍ରତିଶତ) ଏବଂ  ପୁରୁଷ ମତଦାତାଙ୍କ ସଂଖ୍ୟା ୨ କୋଟି ୬୨ ଲକ୍ଷ ୫୬ ହଜାର ୧୫୭ ଜଣ (୭୫.୯୮ ପ୍ରତିଶତ) ଥିଲା । ଉଲ୍ଲେଖ ଯେ, ୨୦୧୩ ବିଧାନସଭା ନିର୍ବାଚନରେ  ୭୨.୦୭ ପ୍ରତିଶତ ମତଦାନ ହୋଇଥିଲେ ।

ମଧ୍ୟପ୍ରଦେଶ ବିଧାନସଭାରେ ୨୩୦ ଆସନରୁ ୩୨ଟି ଆସନ ଅନୁସୂତିତ ଜାତି ଏବଂ ୪୭ ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି । ୨୦୧୩ରେ ବିଧାନସଭା ନିର୍ବାଚନରେ ବିଜେପି ୧୬୫ ଆସନରେ ବିଜୟ ଲାଭ କରି ରାଜ୍ୟରେ ଲଗାତର ଭାବେ ସରକାର ଗଢିଥିଲେ । ଅନ୍ୟପକ୍ଷରେ କଂଗ୍ରେସକୁ ୫୮ଟି ଆସନ ସନ୍ତୁଷ୍ଟ ହେବାକୁ ପଡିଥିଲା।

ରାଜସ୍ଥାନ

ରାଜସ୍ଥାନରେ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବ୍ୟବଧାନରେ ବିଜେପିକୁ ପରାଜିତ କରିଛି । ୧୯୯ଟି ଆସନରୁ କଂଗ୍ରେସ ୧୦୨ ଆସନ ହାସଲ କରିଛି । ବିଜେପି ୭୨ଟି ଓ ଅନ୍ୟ ଦଳଗୁଡିକ ୨୫ଟି ଆସନ ଜିତିଛନ୍ତି । ୨୦୦ ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ ୧୯୯ଟି ଆସନ ପାଇଁ ଡିସେମ୍ବର ୭ରେ ମତଦାନ ହୋଇଥିଲା । ଏଥର ନିର୍ବାଚନରେ ୪ କୋଟି ୭୪ ଲକ୍ଷ ୭୯ ହଜାର ୪୦୨ (୪,୭୪,୭୯,୪୦୨) ସଂଖ୍ୟାରେ ମତଦାତା ମତଦାନ କରିଥିଲେ । ରାଜ୍ୟରେ ୧୪୨ଟି ଆସନ ଅସଂରକ୍ଷିତ, ୩୪ଟି ଆସନ ଅନୁସୂଚିତ ଜାତି ଓ ୨୫ଟି ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଥିଲା ।  ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଚଳିତ ନିର୍ବାଚନରେ ପ୍ରାୟ ୭୨ ପ୍ରତିଶତ ଲୋକ ଭୋଟ ଦେଇଥିଲେ ।

୨୦୧୩ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୧୬୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ୨୧ଟି ଆସନରେ ସୀମିତ ଥିଲା।

ଛତିଶଗଡ

ଛତିଶଗଡ ବିଧାନସଭା ନିର୍ବାଚନରେ ୯୦ଟି ଆସନ ମଧ୍ୟରୁ ୬୩ଟି ଆସନ କଂଗ୍ରେସ ହାସଲ କରିଥିବା ବେଳେ ବିଜେପି ୧୮ଟି  ଓ ଅନ୍ୟ ଦଳଗୁଡିକ ୯ଟି ଆସନ ଜିତିଛନ୍ତି । ୯୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡରେ ନଭେମ୍ବର ୧୨ରେ ମତଦାନ ହୋଇଥିଲା। ନକ୍ସଲ ପ୍ରଭାବିତ ୧୮ଟି ବିଧାନସଭାର ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ୍ ନଭେମ୍ବର ୨୦ରେ ଭୋଟ୍ ଗ୍ରହଣ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ମୋଟ ୭୬.୩ ପ୍ରତିଶତ ଲୋକ ଭୋଟ ଦେଇଥିଲା ।

ପ୍ରକାଶ ଯେ, ବିଜେପିର ମୁଖ୍ୟମନ୍ତ୍ରୀ ରମଣ ସିଂ ଲଗାତର ଭାବରେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୩ ନିର୍ବାଚନରେ ୪୯ଟି ଆସନ ହାସଲ କରିଥିବା ବେଳେ କଂଗ୍ରେସ ୪୧ ଆସନ ହାସଲ କରିଥିଲେ ।

Leave A Reply