ଗାଡ଼ି ଚୋରି ଅଭିଯୋଗରେ ଜଣକୁ ପିଟିପିଟି ହତ୍ୟା: ୫ ଗିରଫ

0

ଗୁଆହାଟି : ନୀତିନିୟମ କଡ଼ାକଡ଼ି କରିବା ସତ୍ତ୍ବେ ସରକାର ଗୋଷ୍ଠୀବଦ୍ଧ ଭାବେ ପିଟିପିଟି ହତ୍ୟା ଘଟଣା ରୋକିବାରେ ବିଫଳ ହୋଇଛନ୍ତି। ଗୋହତ୍ୟା ଓ ପିଲାଚୋରି ଘଟଣା ପରେ ଏବେ ଅନ୍ୟାନ୍ୟ କାରଣକୁ ନେଇ ଏହିଭଳି ଜଘନ୍ୟ ଅପରାଧ ଘଟୁଛି। ଶୁକ୍ରବାର ମଣିପୁରର ଇମ୍ଫାଲଠାରେ ଗାଡ଼ିଚୋରି ଅଭିଯୋଗରେ ଥରୋଇଜାମ ଗ୍ରାମର ୨୬ ବର୍ଷ ବୟସ୍କ ଫାରୁକ ଖାନ୍‍ଙ୍କୁ ସମୂହ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା କରାଯାଇଛି। ଏଥିସହ ଫାରୁକ ଚଳାଉଥିବା ଏକ କାର୍‍କୁ ଆକ୍ରମଣକାରୀମାନେ ଭାଙ୍ଗି ଦେଇଛନ୍ତି। ଫାରୁକଙ୍କ ସହିତ ଉକ୍ତ କାର୍‍ରେ ଯାତ୍ରା କରୁଥିବା ଦୁଇ ଜଣ ବ୍ୟକ୍ତି ଆକ୍ରମଣକାରୀଙ୍କ କବଳରୁ ଖସି ପଳାଇବାରେ ସଫଳ ହୋଇଛନ୍ତି। ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ମାତ୍ର ଗ୍ରାମବାସୀମାନେ ପାତ୍‍ସିଓ ଥାନା ଉପରେ ଆକ୍ରମଣ କରି ଗିରଫ ବ୍ୟକ୍ତିମାନଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ଏହି ଆକ୍ରମଣରେ ଥାନାଧିକାରୀ ଆହତ ହୋଇଥିବା ଜଣାପଡିଛି। ଥୋଉବଲ ଜିଲାର ଲିଲୋଙ୍ଗ ନିବାସୀ ଫାରୁକ ଜଣେ ଏମ୍‍ବିଏ ଛାତ୍ର। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଫାରୁକ ଏବଂ ତାଙ୍କ ବନ୍ଧୁମାନେ ରାତି ପ୍ରାୟ ୩ଟା ୩୦ ମିନିଟରେ ଏକ ଦୁଇ ଚକିଆ ଯାନ ଚୋରି କରିବା ବେଳେ ଧରାପଡିଥିଲେ; କିନ୍ତୁ ପୁଲିସ ଏଯାବତ୍‍ ଚୋରି ଅଭିଯୋଗ ଉପରେ କୌଣସି ପ୍ରମାଣ ପାଇନାହିଁ। ଫାରୁକଙ୍କ ଉପରେ ସମୂହ ଆକ୍ରମଣ କରିଥିବା ୧୩ ଜଣ ବ୍ୟକ୍ତିଙ୍କୁ ପୁଲିସ

Leave A Reply