ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ଆସନ୍ତାକାଲି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ

ନୂଆଦିଲ୍ଲୀ/ଭୁବନେଶ୍ଵର : ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର(ଆସନ୍ତାକାଲି) ହେଉଛି ମନୋନୟନ ପତ୍ର ଦାଖଲର ଶେଷ ଦିନ। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ  ମତଦାନ ହେବ। ଆସନ୍ତାକାଲି ମନୋନୟନ ପତ୍ର ଦାଖଲ ପାଇଁ ଶେଷ ଦିନ ହୋଇଥିବା ବେଳେ ୧୦ ତାରିଖ ଦିନ ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ୍‍ କରାଯିବ। ଏପ୍ରିଲ୍‍ ୧୨ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ।

ଏହି ପର୍ଯ୍ୟାୟରେ  ରାଜ୍ୟରେ ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ। ୬ଟି ଲୋକସଭା ଆସନ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ରହିଛି।

Comments are closed.