ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ୬୪%ରୁ ଅଧିକ ମତଦାନ

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିବା ଜଣାପଡିଛି । ଏହି ପର୍ଯ୍ୟାୟରେ ୬୪%ରୁ ଅଧିକ ମତଦାନ ହୋଇଥିବା ଜଣାପଡିଛି।

୯ଟି ରାଜ୍ୟର ୭୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଜମ୍ମୁ-କାଶ୍ମୀରର ଅନନ୍ତନାଗ ଲୋକସଭା ଆସନର କୁଲ୍‍ଗାମ୍‍ ଜିଲ୍ଲାରେ ଏହି ପର୍ଯ୍ୟାୟରେ ମତଦାନ ହୋଇଛି।
ମହାରାଷ୍ଟ୍ରର ୧୭ଟି ଆସନ, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶ ଓ ଓଡ଼ିଶାର ୬ଟି ଲେଖାଏଁ, ବିହାର ୫ଟି, ଓ ଝାଡ଼ଖଣ୍ଡର ୩ଟି ଆସନ ରହିଛି। ଓଡ଼ିଶାର ୪୧ଟି ବିଧାନସଭା ଆସନରେ ମଧ୍ୟ ମତଦାନ ହୋଇଛି। ଏଥିସହିତ ମଧ୍ୟପ୍ରଦେଶର ଛିନ୍ଦ୍‍ୱାଡ଼ା ବିଧାନସଭା ଆସନ, ଉତ୍ତର ପ୍ରଦେଶର ନିଘାସନ ଆସନ ଓ ପଶ୍ଚିମବଙ୍ଗର କ୍ରିଷ୍ଣଗଞ୍ଜ ଆସନ ଉପନିର୍ବାଚନରେ ମଧ୍ୟ ଆଜି ମତଦାନ ହୋଇଛି।

 

Comments are closed.