କିଣନ୍ତୁ ଏହି ୪ଟି ବାଇକ୍; ମିଳିବ ଜବରଦସ୍ତ ମାଇଲେଜ୍

ନୂଆଦିଲ୍ଲୀ : ଆଜି ଆମେ ଆପଣଙ୍କୁ ଏଭଳି ଚାରୋଟି ବାଇକ୍ ବିଷୟରେ ସୂଚନା ଦେବୁ, ଯେଉଁଥିରେ ଆପଣ ଜବରଦସ୍ତ ମାଇଲେଜ୍ ପାଇପାରିବେ ।ଏହି ୪ଟି ମୋଟରସାଇକେଲ ହେଉଛି, ଟିଭିଏସ୍ ସ୍ପୋଟ୍ସ, ବଜାଜ ସିଟି ୧୦୦, ଟିଭିଏସ୍ ଷ୍ଟାର ସିଟି ପ୍ଲସ୍ ଏବଂ ସ୍ପ୍ଲେଣ୍ଡର ପ୍ଲସ୍ ।
ଟିଭିଏସ୍ ସ୍ପୋଟ୍ସ
ଟିଭିଏସ୍ ସ୍ପୋଟ୍ସରେ ୯୯.୭ ସିସି, ୪-ଷ୍ଟ୍ରୋକ ସିଙ୍ଗଲ୍ ସିଲିଣ୍ଡର ଏୟାର-କୁଲ୍ଡ ବିଏସ୬ ଇଞ୍ଜିନ୍ ରହିଛି ।ଏଥିରେ ୯୫କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ପାଇପାରିବେ ।ଏହାର ଦିଲ୍ଲୀ ଏକ୍ସ ଶୋ’ରୁମର ମୂଲ୍ୟ ୫୪ହଜାର ୮୫୦ ଟଙ୍କା ରହିଛି ।
ବାଜାଜ ସିଟି ୧୦୦

ବଜାଜ ସିଟି ୧୦୦ରେ ୯୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ପାଇପାରିବେ । ଏହାସହିତ ଏଥିରେ ୪ଷ୍ଟ୍ରୋକ୍ ଇଞ୍ଜିନ, ଯାହାର ସମସ୍ତ ଗିଅର ତଳକୁ ରହିଛି ।ଦିଲ୍ଲୀରେ ଏହାର ପୂର୍ବ ଶୋ’ରୁମ୍ ମୂଲ୍ୟ ୪୬ହଜାର ୪୩୨ ଟଙ୍କା ରହିଛି ।

ଟିଭିଏସ୍ ଷ୍ଟାର୍ ସିଟି ପ୍ଲସ୍

ଏହା ଲିଟର ପିଛା ୮୬ କିଲୋମିଟର ମାଇଲେଜ୍ ପ୍ରଦାନ କରେ । ଏଥିରେ୪-ଷ୍ଟ୍ରୋକ ଇଞ୍ଜିନ୍ ରହିଛି ।ଟିଭିଏସ୍ ଷ୍ଟାର୍ ସିଟି ପ୍ଲସର ମୂଲ୍ୟ ୬୩ହଜାର ୯୯୫ ରହିଛି ।
ହିରୋ ସ୍ପ୍ଲେଣ୍ଡର ପ୍ଲସ

ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ଲିଟର ପିଛା ୮୧କିଲୋମିଟର ମାଇଲେଜ୍ ପ୍ରଦାନ କରିଥାଏ ।ଏଥିରେ BS6 ନର୍ମସ୍ ସହିତ ୯୭.୨cc ଏୟାର କୁଲ୍ଡ, ୪-ଷ୍ଟ୍ରୋକ ସିଙ୍ଗଲ୍ ସିଲିଣ୍ଡର OHC ଇଞ୍ଜିନ୍ ରହିଛି ।ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବିଏସ୍‌୬ର ଭାରତୀୟ ବଜାରରେ ପ୍ରାରମ୍ଭିକ ଦିଲ୍ଲୀର ଏକ୍ସ-ଶୋ’ରୁମ୍ ମୂଲ୍ୟ ୬୦ହଜାର ୯୬୦ ଟଙ୍କା ରହିଛି ।

Comments are closed.