୪ଲକ୍ଷ ନକଲି ନୋଟ ଜବତ୍‍

0

ଦୂର୍ଗ: ଛତିଶଗଡ଼ର ଦୂର୍ଗଠାରେ ଭିଲାଇର ତାଲପୁରୀ ଆପାର୍ଟମେଣ୍ଟରୁ ପୁଲିସ ୪ଲକ୍ଷ ନକଲି ନୋଟ ଜବତ୍‍ କରିଛି। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ ମଧ୍ୟ କରିଛି। ଏହି ଦୁଇ ଯୁବକ ନକଲି ନୋଟ ଛାପିବା ସହ ବଜାରରେ ଏହାକୁ ଚଲାଇବା ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଇନ୍ଦୋରର ବିଶାଳ ଆଶବାନୀ ଓ ବାଲେଦର ମୋହାରା ନିବାସୀ ଚୂଡ଼ାମଣୀ ସାହୁ ଭିଲାଇର ତାଲପୁରୀରେ ରହୁଥିଲେ। ଉଭୟଙ୍କ ଘର ପାଖାପାଖି ହୋଇଥିବାରୁ ସେମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ମଧ୍ୟ ଥିଲା। ଏହାକୁ ଦୃଷ୍ଟିରେ ରଖି ବିଶାଲ ନିକଟରୁ ଚୂଡ଼ାମଣୀ ୧୨ହଜାର ଟଙ୍କା ହାତ ଉଧାରି ନେଇଥିଲେ। ତେବେ ଏହି ଟଙ୍କା ଫେରାଇବାକୁ ଚୂଡ଼ାମଣୀ ଅସମର୍ଥ ହେବାରୁ ବିଶାଲ ତାଙ୍କୁ ଏହି କାର୍ଯ୍ୟ କରିବାକୁ ପ୍ରବତ୍ତାଇ ଥିଲେ। ଚୂଡ଼ାମଣୀ ବିଶାଲ ଉଭୟ ନକଲି ନୋଟ ଛାପିବାର ଯୋଜନାରେ କାର୍ଯ୍ୟ କରିବା ଆରମ୍ଭ କରିବା ସହ କମ୍ପ୍ୟୁଟର, ଡିଜିଟାଲ ପ୍ରିଣ୍ଟର ମଧ୍ୟ କିଣିଥିଲେ। ଟଙ୍କା ଛାପିବା ସହ ବଜାରରେ ଏହାକୁ ପ୍ରଚଳନ କରିବାକୁ ଦୁଇ ଯୁବକ ଯାଉଥିଲେ। ଉଭୟ କେବଳ ୧୦୦ଟଙ୍କା ନୋଟ ଛାପୁଥିଲେ। କାରଣ ଏହି ନକଲି ଟଙ୍କାକୁ ଚିହ୍ନିବା ବେଶ୍‍ କଠିନ ଥିଲା।

Leave A Reply