ବଜ୍ରପାତରେ ୪ ଗୁରୁତର

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳରେ ଶୁକ୍ରବାର ଅପରାହ୍ନ ୧.୫୦ ମିନିଟ ବେଳେ ବଜ୍ରପାତରେ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନ ୧.୫୦ ମିନିଟ ବେଳେ ଥୁଆମୁଳ ରାମପୁରର ବାଳକୃଷ୍ଣ ସରାବୁ, ରବିଚନ୍ଦ୍ର ନାଏକ ଓ ବିରିକୋଟର ଦେବେନ୍ଦ୍ର ନାଏକ ଏବଂ ବିଭଇଷଣ ନାଏକ ପ୍ରମୁଖ ୪ ଜଣ ବସି କଥା ବାର୍ତ୍ତା କରୁଥିବା ବେଳେ ହଠାତ୍‍ ଏକ ବଜ୍ରପାତ ହେଇଥିଲା। ଏହି ବଜ୍ରପାତ ପ୍ରଭାବରେ ୪ ଜଣ ଆହତ ହେଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଥୁଆମୁଳ ରାମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହି ଗୁରୁତରମାନଙ୍କ ମଧ୍ୟରୁ ଦେବେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭବାନିପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.