୧୬ରୁ ଜମ୍ମୁ-କଶ୍ମୀରର ୨ ଜିଲାରେ ୪-ଜି ସେବା

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଦୁଇଟି ଜିଲାରେ ଆସନ୍ତା ଅଗଷ୍ଟ ୧୬ରୁ ପରୀକ୍ଷାମୂଳକ ଭାବେ ୪-ଜି ମୋବାଇଲ ସେବା ଆରମ୍ଭ କରାଯିବ। ଜମ୍ମୁ ଓ କଶ୍ମୀର ଡିଭିଜନର ଗୋଟିଏ ଲେଖାଏଁ ଜିଲାରେ ଦୁଇମାସ ପାଇଁ ଏହି ସେବା କାର୍ଯ୍ୟକାରୀ ହେବ। ସ୍ଥିତି ସମୀକ୍ଷା କରାଯାଇ ଏହାର ଅଗ୍ରଗତି ଘଟିବ ଓ ଅନ୍ୟ ଜିଲାକୁ ଏହି ସେବା ଯୋଗାଇ ଦିଆଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ମଙ୍ଗଳବାର ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି ବୋଲି ସେ କହିଛନ୍ତି।

Comments are closed.