କଠୋର ହେଲେ ସରକାର, ଚାକିରି ହରାଇଲେ ୪

ଭୁବନେଶ୍ୱର : ରାଜ୍ୟ ସରକାର ଶୁକ୍ରବାର ୪ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଭିଜିଲାନ୍ସ ଯାଞ୍ଚ ମାମଲାରେ ଦୁର୍ନୀତିର ପ୍ରମାଣ ମିଳିବାରୁ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ଜଣାପଡିଛି।
ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିବା ୪ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ନାମ ହେଉଛି, ଖରିଆର ଡିଭିଜନର ଡେପୁଟି କନଜରଭେଟର ଅଫ ଫରେଷ୍ଟ ଶରତ ଚନ୍ଦ୍ର ପଣ୍ଡା, ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସର ବସନ୍ତ ବେହେରା, ଡେପୁଟି କମିଶନର ଏକ୍ସାଇଜ ଦିଲୀପ ନାଗ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସହକାରୀ ସାଧାରଣ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀ।

Comments are closed.