ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍ମକାଳୀନ ସହାୟତା ମିଳିବ । ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରଙ୍କୁ ଏହି ସହାୟତା ଦିଆଯିବ । ଏହି ଯୋଜନାରେ ରାଜ୍ୟର ୪୮ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଶୁକ୍ରବାର ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସରକାର ଏହି ଗ୍ରୀଷ୍ମକାଳୀନ ଭତ୍ତା ପ୍ରଦାନ କରିଥାନ୍ତି। ତେଣୁ ଏଥର ମଧ୍ୟ ରାଜ୍ୟ ସରକାର ଏହି ଭତ୍ତା ପ୍ରଦାନ କରିବେ । ମେ ଶେଷ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିପରି କିନ୍ନର ମାନଙ୍କ ପାଇଁ କାମ କରୁଥିବା ୧୧ ଟି ଅନୁଷ୍ଠାନକୁ ସହାୟତା ପ୍ରଦାନ କରାଯିବ । ୧୧ଟି ଅନୁଷ୍ଠାନଙ୍କୁ ୨କୋଟି ୫୦ଲକ୍ଷ ଟଙ୍କା ଦିଆଯିବ । ଏହି ଅନୁଷ୍ଠାନ କିନ୍ନରମାନଙ୍କୁ ସଚେତନ ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କାର୍ଯ୍ୟ କରିବେ ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି

Comments are closed.