ରାଜ୍ୟରେ ଆଉ ୪୭୧ ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୮୫

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୭ ଜିଲାରୁ ୪୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୯୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଜଣ ଚିହ୍ନଟ ହୋଇଛନ୍ତି। ଏହା ପଛକୁ କଳାହାଣ୍ଡିରୁ ୫୦, ନୂଆପଡ଼ାରୁ ୪୨, ଖୋର୍ଦ୍ଧା ୪୦ ଏବଂ ବଲାଙ୍ଗୀର ଜିଲାରୁ ୩୬ ଆକ୍ରାନ୍ତ ଠାବ ହୋଇଛନ୍ତି। ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ ସମ୍ବଲପୁରରୁ ୨୭, ଝାରସୁଗୁଡ଼ାରୁ ୨୩, କଟକରୁ ୨୨, ନବରଙ୍ଗପୁରରୁ ୧୭, ମୟୂରଭଞ୍ଜରୁ ୧୬, ବାଲେଶ୍ଵର ୧୫, ପୁରୀ ୧୪, ଗଞ୍ଜାମ ୧୨, ଅନୁଗୋଳ ୧୦, ଯାଜପୁରରେ ୧୧ ପଜିଟିଭ ରହିଛନ୍ତି। ସେହିପରି ରାୟଗଡ଼ାରୁ ୮, କୋରାପୁଟରୁ ୭, ଭଦ୍ରକ ୬, ବରଗଡ଼ ୫, ନୟାଗଡ଼ରୁ ୪, କନ୍ଧମାଳରୁ ୩, ଗଜପତି, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁରରୁ ୨ ଲେଖାଏ ଏବଂ ଢେଙ୍କାନାଳ, ଜଗତସିଂହପୁର, କେନ୍ଦୁଝର ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତ ବାହାରିଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୪୨ ହଜାର ୬୯୫କୁ ବୃଦ୍ଧି ପାଇଛି। ୩ ଲକ୍ଷ ୩୭ ହଜାର ୬୩୫ ଜଣ ସୁସ୍ଥ ହୋଇଥିବାବେଳେ ୩ ହଜାର ୮୫ ଜଣ ଏବେସକ୍ରିୟ ରୋଗୀ ରହିଛନ୍ତି।

Comments are closed.