ଋାଜ୍ୟରେ ଆଉ ୪୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୭୪ ଓ ସ୍ଥାନୀୟ ସଂକ୍ରମିତ ୧୯୭ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୫୭ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୪, ବାଲେଶ୍ୱର ୨୬, ବରଗଡ ୨, ଭଦ୍ରକରେ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ବଲାଙ୍ଗୀରେ ୧, କଟକ ୮୧, ଦେବଗଡ ୨, ଢେଙ୍କାନାଳ ୫, ଜଗତସିଂହପୁର ୧୬ ଓ ଯାଜପୁର ଜିଲାରେ ୨୨ ଜଣ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡାରେ ୩, କନ୍ଧମାଳ ୧, କେନ୍ଦ୍ରାପଡା ୯, କେନ୍ଦୁଝର ୩, ଖୋର୍ଦ୍ଧାରୁ ୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଲକାନଗିରିରେ ୨, ମୟୁରଭଞ୍ଜ ୨୨, ନୟାଗଡ ୭, ପୁରୀ ୧୯, ସମ୍ବଲପୁରରେ ୧, ସୁନ୍ଦର ଗଡ ୧ ଓ ଷ୍ଟେଟପୁଲରୁ ୪୪ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୮୭୪ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ସଂପ୍ରତି ରାଜ୍ୟରେ ୬୫୪୮ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି।

Comments are closed.