ଘାଟିରେ ପଥର ମାଡ଼; ୪୭ ସୁରକ୍ଷା କର୍ମୀ ଆହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ପୃଥକ ପୃଥକ ସ୍ଥାନରେ ସୋମବାର ଢେଲା ପଥର ମାଡ଼ରେ ୪୭ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।

ପଥର ମାଡ଼ରେ ଏସ୍‍ଏସବିର ଜଣେ କମାଣ୍ଡର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ପଥର ବାଜିଥିବାବେଳେ ଏପର୍ଯ୍ୟନ୍ତ ଚେତା ଫେରିନାହିଁ। ସୂଚନା ଅନୁସାରେ ଜାମ୍ମୁ କାଶ୍ମୀରର ବାରମୁଲାର ମୀରଗୁଣ୍ଡ, ଚୌନାବାଲ, ହାର୍ଥରଥ, ଝିଲ ବ୍ରିଜ, କୃପାଳପୋରା ଏବଂ ହାଞ୍ଜିଭେରାରେ ପ୍ରଦର୍ଶନକାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଛନ୍ତି। ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୭ ଜଣ ପଥର ଫିଙ୍ଗାଳି ଆହତ ହୋଇଛନ୍ତି।

Comments are closed.