ଦେଶରେ ଚିହ୍ନଟ ହେଲେ ଆଉ ୪୬,୬୧୭ କରୋନା ରୋଗୀ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ୫୯,୩୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୦୧%କୁ ବୃଦ୍ଧିପାଇଛି। ଏଥିସହିତ କ୍ରମାଗତ ୫୦ ଦିନ ପାଇଁ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହେଉଛନ୍ତି। କୋଭିଡ ନମୁନା ପରୀକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ଏବଂ ଏପର୍ଯ୍ୟନ୍ତ ମୋଟ ୪୧.୪୨ କୋଟି ନମୁନା ପରୀକ୍ଷା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି।
ସେହିଭଳି ଦେଶରେ ଚାଲିଥିବା କୋଭିଡ ଟିକାକରଣ ଅଭିଯାନରେ ଗତକାଲି ସୁଦ୍ଧା ୩୪ କୋଟି ୭୬ ହଜାର ୨୩୨ ପାନ ଟିକା ଦିଆଯାଇସାରିଛି। ଦେଶରେ କରୋନା ସଂକ୍ରମଣରୁ ମୋଟ ୨,୯୫,୪୮,୩୦୨ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ସଂପ୍ରତି ୫,୦୯,୬୩୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ଏବଂ ଦୈନିକ କୋଭିଡ ସଂକ୍ରମଣ ହାର ୨.୪୮% ରହିଛି। କ୍ରମାଗତ ୨୫ ଦିନ ଧରି ଦୈନିକ ସଂକ୍ରମଣ ହାର ୫%ରୁ ତଳେ ରହୁଥିବା ଲକ୍ଷ୍ୟ କରାଯାଇଛି।

Comments are closed.