ଦିଲ୍ଲୀରେ ୧୦୨ ଆମ୍ବୁଲାନ୍ସ ସେବାର ୪୬ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ସାରା ଦେଶରେ ଶୁକ୍ରବାର ୩ୟ ପର୍ଯ୍ୟାୟ ଲକଡାଉନ ୫ମ ଦିନରେ ପହଞ୍ଚିଛି। କିନ୍ତୁ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ। ରାଜଧାନୀ ନୂଆଦିଲ୍ଲୀ ଦେଶର ୩ୟ ବୃହତ ହଟସ୍ପଟ ପାଲଟିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୫୯୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୬ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ ଏବଂ ସ୍ବାସ୍ଥ୍ୟ କର୍ମଚାରୀମାନେ ବି ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଶୁକ୍ରବାର ଦିଲ୍ଲୀରେ ୧୦୨ ଆମ୍ବୁଲାନ୍ସ ସେବା ଯୋଗାଉଥିବା କ୍ୟାଟ୍‌ସ ଆମ୍ବୁଲାନ୍ସ ସେବାର ୪୬ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ସମସ୍ତ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହା ପରେ ସେମାନଙ୍କୁ ଆଇସୋଲେଶନରେ ରଖାଯାଇଛି। ଏହା ସହିତ ଜଣେ ଟ୍ରାଫିକ ଇନ୍ସପେକ୍ଟର କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

Comments are closed.