ଦିନକରେ ୪୬ ଜଣଙ୍କର ପ୍ରାଣନେଲା କରୋନା

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଅନୁଗୁଳ, ବାଲେଶ୍ୱର ଓ ବରଗଡ ଜିଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି କଟକ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଢେଙ୍କାନାଳ ଜିଲାରୁ ୩, ଗଞ୍ଜାମରୁ ୩, କେନ୍ଦୁଝର, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି ଜିଲାରୁ ଜଣେ, କେନ୍ଦ୍ରାପଡାରୁ ୩ ଜଣ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ଅନୁରୂପ ଭାବେ କୋରାପୁଟ, ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ନୟାଗଡ ଜିଲାରୁ ୪, ପୁରୀ ଜିଲାରୁ ୪, ସମ୍ବଲପୁର ଜିଲାରୁ ୩, ସୁବର୍ଣ୍ଣପୁରରୁ ୨ ଏବଂ ସୁନ୍ଦରଗଡ ଜିଲାରୁ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

Comments are closed.