ଆଉ ୪୫ ଜଣଙ୍କର ମୃତ୍ୟୁ : କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୦୨

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନାଁ ଧରୁନି । ପୁଣି ୪୫ ଜଣ କରୋନା ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥି ସହିତ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୬ ଓ କଟକରୁ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ସେହିପରି ଅନୁଗୁଳ, ଭଦ୍ରକ, ଜଗତସିଂହପୁର, ସୁନ୍ଦରଗଡ, ପୁରୀ ଓ ଢେଙ୍କାନାଳରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର, ବରଗଡ଼ , ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଅନ୍ୟପକ୍ଷରେ ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, ନୟାଗଡ଼ ଓ ନୂଆପଡ଼ାରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

Comments are closed.