ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରୁ ୪୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ଵର: ରାଜଧାନୀର ଏକ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରୁ ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଠାରୁ ବହୁ ସଂଖ୍ୟକ ସଂକ୍ରମିତ ଠାବ ହୋଇଥିବା ଜଣାପଡ଼ିବା ପରେ ସୋମବାର ସକାଳେ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପକ୍ଷରୁ ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍‌ କରିଦିଆଯାଇଥିଲା। ଏହି ସଂକ୍ରମିତମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ଟ୍ରାକ୍‌ କରାଯାଉଥିବା ଏସଆରସି ସୂଚନା ଦେଇଛନ୍ତି।

ଏହି ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ କରିବା ଉପରେ ବିଏମସି ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେହିପରି ଅନୁଷ୍ଠାନ ଭିତରୁ ମଧ୍ୟ କୌଣସି ବ୍ୟକ୍ତି ବାହାରକୁ ନ ଆସିବା ଲାଗି କଟକଣା ଜାରି କରାଯାଇଛି। ସମସ୍ତ ଆକ୍ରାନ୍ତମାନଙ୍କୁ ଅନୁଷ୍ଠାନ ଭିତରେ ଆଇସୋଲେଶନରେ ରହିବାକୁ ନିର୍ଦେଶ ଦିଆଯାଇଛି। ବିଏମସି ପକ୍ଷରୁ ଅନୁଷ୍ଠାନର କର୍ମଚାରୀ ଏବଂ ଆକ୍ରାନ୍ତମାନଙ୍କୁ ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏହା ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏବଂ ଶିକ୍ଷକମାନଙ୍କର କୋଭିଡ ପରୀକ୍ଷା କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Comments are closed.