ଦିନକରେ ୪୪୫ ମୃତ, ୧୪ ହଜାର ୮୨୧ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଜନିତ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୪ ହଜାର ୮୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥି ବାବେଳେ ୪୪୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୩ ହଜାର ୬୯୯କୁ ବୃଦ୍ଧି ପାଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨୫ ହଜାର ୨୮୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୪ହଜାର ୩୮୭ ରୋଗୀ ସକ୍ରିୟ ଥିବାବେଳେ ୨ ଲକ୍ଷ ୩୭ ହଜାର ୧୯୬ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୭୫ରେ ପହଞ୍ଚିଥିବାବେଳେ ସର୍ବାଧିକ ୬୧୭୦ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ୫୯ ହଜାର ୭୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୧୭୫ ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ତାମିଲନାଡୁରେ ୫୯ ହଜାର ୩୭୭ ସଂକ୍ରମିତ ଏବଂ ୭୫୭ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୨୭ ହଜାର ୩୧୭କୁ ବୃଦ୍ଧି ପାଇଥିବାବେଳେ ୧୬୬୪ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୧୭ ହଜାର ୭୩୧ ସଂକ୍ରମିତ ଓ ୫୫୦ ମୃତ, ପଶ୍ଚିମବଙ୍ଗରେ ୧୩ ହଜାର ୯୪୫ ଆକ୍ରାନ୍ତ ଓ ୫୫୫ ମୃତ, ହରିୟାଣାରେ ୧୦ ହଜାର ୬୩୫ ଆକ୍ରାନ୍ତ ଏବଂ ୧୬୦ ମୃତ, ଆନ୍ଧ୍ରପ୍ରଦଶେରେ ୮୯୨୯ ଆକ୍ରାନ୍ତ ଏବଂ ୧୦୬ ମୃତ, ତେଲେଙ୍ଗାନାରେ ୭୮୦୨ ସଂକ୍ରମିତ ଓ ୨୧୦ ମୃତ, କର୍ଣ୍ଣାଟକରେ ୯୧୫୦ ଆକ୍ରାନ୍ତ ଓ ୧୩୭ ମୃତ, ରାଜସ୍ଥାନରେ ୧୪ ହଜାର ୯୩୦ ଆକ୍ରାନ୍ତ ଓ ୩୪୯ ମୃତ, ଜାମ୍ମୁ-କାଶ୍ମୀରରେ ୫୯୫୬ ସଂକ୍ରମିତ ଓ ୮୨ ମୃତ, ମଧ୍ୟପ୍ରଦେଶରେ ୧୧ ହଜାର ୯୦୩ ସଂକ୍ରମିତ ଓ ୫୧୫ ମୃତ, ବିହାରରେ ୭୬୬୫ ଆକ୍ରାନ୍ତ ଓ ୫୧ ମୃତ, ଆସାମରେ ୫୫୮୬ ଆକ୍ରାନ୍ତ ଓ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comments are closed.