ଆତ୍ମ ନିର୍ଭର ଭାରତ ପ୍ୟାକେଜ : ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୪.୪୨ଲକ୍ଷ ଟନ୍‍ ଖାଦ୍ୟଶସ୍ୟ

୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ୮ ଲକ୍ଷ ଟନ୍‍ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ :  ଆତ୍ମ ନିର୍ଭର ଭାରତ ପ୍ୟାକେଜରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୪ ଲକ୍ଷ ୪୨ ହଜାର ଟନ୍‍ ଖାଦ୍ୟଶସ୍ୟ ଦିଆଯାଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ପ୍ୟାକେଜ ମାଧ୍ୟମରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନ ଥିବା ୮ କୋଟି ପ୍ରବାସୀ ଶ୍ରମିକ ଏବଂ ବିଭିନ୍ନ ସ୍ଥାନରେ ଫସି ରହିଥିବା ଗରିବ ପରିବାରଗୁଡ଼ିକୁ ୮ ଲକ୍ଷ ଟନ୍‍ ଖାଦ୍ୟଶସ୍ୟ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରବାସୀ ଶ୍ରମିକମାନଙ୍କୁ ମେ ଏବଂ ଜୁନ୍‍ ମାସ ପାଇଁ ମୁଣ୍ଡପିଛା ୫ କିଲୋ ଖାଦ୍ୟଶସ୍ୟ  ମାଗଣାରେ ଦିଆଯାଉଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ୨୦ ଲକ୍ଷ ପରିବାରକୁ ୧୦ ହଜାର ଟନ୍‍ ଖାଦ୍ୟାସ୍ୟ ବଣ୍ଟନ କରାଯାଇସାରିଲେଣି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଏହାବାଦ୍‍ ଏକ କୋଟି ୯୬ ଲକ୍ଷ ପ୍ରବାସୀ ଶ୍ରମିକ ପରିବାରପାଇଁ ୩୯ ହଜାର ଟନ୍‍ ଖାଦ୍ୟାସ୍ୟ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ଅଧୀନରେ ଅନ୍ତର୍ଭୁକ୍ତ  ହୋଇ ନ ଥିବା ପ୍ରବାସୀ ଶ୍ରମିକ ଏବଂ ଗରିବ ପରିବାରଗୁଡ଼ିକୁ ମେ ଓ ଜୁନ୍‍ ମାସପାଇଁ ପରିବାର ପିଛା ୧ କିଲୋଗ୍ରାମ୍‍ ଡାଲି ଯୋଗାଇ ଦିଆଯିବ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏବାବଦରେ ପ୍ରାୟ ୨୮ ହଜାର ଟନ୍‍ ଡାଲି ଯୋଗାଇ ଦିଆଯାଇସାରିଲାଣି ବୋଲି ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.