୪ଟି ରାଜ୍ୟରେ ୪୪ଟି ନୂତନ କୋଇଲା ଖଣିର ସନ୍ଧାନ

0

ନୂଆଦିଲ୍ଲୀ : ପୂର୍ବ-ଭାରତର ୪ଟି ରାଜ୍ୟରେ ୪୪ଟି ନୂତନ କୋଇଲା ଖଣିର ସନ୍ଧାନ ମିଳିଛି। ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା (ଜିଏସ୍‍ଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜିଏସ୍‍ଆଇର ପୂର୍ବାଞ୍ଚଳ ଅତିରିକ୍ତ ମହାନିର୍ଦ୍ଦେଶକ ପି.କେ. କିସ୍କୁ କହିଛନ୍ତି, ପଶ୍ଚିମବଙ୍ଗର ପୁରୁଲିଆ ଓ ବୀରଭୂମ୍‍ ଜିଲ୍ଲା, ଓଡ଼ିଶାର ତାଳଚେର କୋଲ୍‍ସିଟି, ବିହାରର ଭାଗଲପୁର ଏବଂ ଝାଡ଼ଖଣ୍ଡର ପୂର୍ବ ବୋକାରୋ ଏବଂ ଦକ୍ଷିଣ କରନ୍‍ପୁରାରେ ଏହିସବୁ କୋଇଲା ଖଣିଗୁଡ଼ିକ ରହିଛି। ଏହି ୪୪ଟି ନୂତନ କୋଇଲାଖଣି ଗୁଡ଼ିକରେ ପ୍ରାୟ ୨୫ ହଜାର ମିଲିୟନ୍‍ ଟନ୍‍ର କୋଇଲା ଗଚ୍ଛିତ ରହିଥିବା ଅତିରିକ୍ତ ମହା ନିର୍ଦ୍ଦେଶକ କହିଛନ୍ତି।

Leave A Reply