MEllora 950×100

ବଲାଙ୍ଗିର : ୪୪ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିର ସହର କଚେରୀ ଛକରୁ ୪୪ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ବଲାଙ୍ଗୀର ରେଳ ଷ୍ଟେସନରୁ ସକାଳେ ନାଗାବଳୀ ଟ୍ରେନରେ ହାଇଦ୍ରାବାଦ ଯିବା ପୂର୍ବରୁ ସେମାନଙ୍କୁ ଉଦ୍ଧାର କରାଯାଇଛି।

ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩୦ ମହିଳା ଓ ପୁରୁଷ ଓ ୧୪ଶିଶୁ ଅଛନ୍ତି। ଉଦ୍ଧାର ଶ୍ରମିକମାନେ ବେଲପଡା ଥାନା ରେଙ୍ଗାଲି, ଘଗରା ଓ ବୁଢ଼ାଭଟା ଗାଁର ବୋଲି ଜଣାପଡିଛି । ସେମାନେ ହାଇଦ୍ରାବାଦ ଇଟା ଭାଟିରେ କାମ କରିବାକୁ ଯାଇଥାନ୍ତେ । ବେଲପଡାରୁ ବସରେ ବଲାଙ୍ଗିର ଆସୁଥିବା ବେଳେ ସକାଳ ୭ଟାରେ କଚେରୀ ଛକରେ ଟାଉନ ଥାନା ପୁଲିସ ଶ୍ରମିକଙ୍କୁ ଉଦ୍ଧାର କରିଛି। ଦାଦନ ସର୍ଦ୍ଦାର ଟେଟକା ଦୀପ ଶ୍ରମିକଙ୍କୁ ଜଣ ପିଛା ୪୦ହଜାର ଟଙ୍କା ଲେଖାଏଁ ବଇନା ଦେଇଥିବା ଶ୍ରମିକମାନେ ସୁଚନା ଦେଇଛନ୍ତି।

Comments are closed.