ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ୪୩ ତମ ବାଷିର୍କ ଉତ୍ସବ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଓୟୁଏଟି ର ଉଦ୍ୟାନ କୃଷି ବିଭାଗ ପ୍ରଫେସର ଚିନ୍ତାମଣି ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ନିଷ୍ଠାପର ଭାବେ ପାଠ ପଢିଲେ ଜ୍ଞାନ ଅର୍ଜନ କରିବା ସହିତ ଦକ୍ଷତା ହାସଲ କରି ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।ଅତିଥିମାନେ କଲେଜ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

 କଳା ବିଜ୍ଞାନ ବାଣିଜ୍ୟ ବିଭାଗର ଶତାଧିକ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ମୁଖ୍ୟବକ୍ତା ପ୍ରଧ୍ୟାପକ ଶୁକଦେବ ମହାନ୍ତି ଅଧ୍ୟକ୍ଷ ନିହାର ରଞ୍ଜନ ଦାଶ ସଭାପତିତ୍ୱ କରିଥିଲେ । ପ୍ରଫେସର ରତିକାନ୍ତ ପରିଡା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ନଳିନୀ ଲୋଚନ ମହାନ୍ତି ଓ ବଡବାବୁ ରାଜକିଶୋର ପତି ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ । ଅଧ୍ୟାପକ ମନୋଜ ପରିଡା ଓ ରମାବଲ୍ଲଭ ମହାନ୍ତି ପୁରସ୍କାର ପ୍ରଦାନରେ ସଂଯୋଜନା କରିଥିଲେ । ଜଗନ୍ନାଥ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ସଭା ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲ।

Comments are closed.