ଭାରତରେ ୬ ଲକ୍ଷ ଟପିଲା କରୋନା, ଦିନକରେ ୪୩୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯ ହଜାର ୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୪ ହଜାର ୬୪୧କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୪୩୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୧୭ ହଜାର ୮୩୪ରେ ପହଞ୍ଚିଛି। ବର୍ତ୍ତମାନ ୨ ଲକ୍ଷ ୨୬ ଜହାର ୯୪୭ ଜଣ ସକ୍ରିୟ ରୋଗୀ ଥିବାବେଳେ ୩ ଲକ୍ଷ ୫୯ ହଜାର ୮୬୦ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୮୦ ହଜାର ୨୯୮ରେ ପହଞ୍ଚିଛି। ଏଠାରେ ମୃତ୍ୟୁ ସଂଖ୍ୟା ୮ ହଜାର ୫୩କୁ ବଢ଼ିଛି। ଦିଲ୍ଲୀରେ ୮୯ ହଜାର ୮୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୮୦୩ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୯୪ ହଜାର ୪୯ କରୋନା ସଂକ୍ରମିତ ଏବଂ ୧୨୬୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୩ ହଜାର ୩୧୮କୁ ବୃଦ୍ଧି, ୧୮୬୯ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୨୪ ହଜାର ୫୬ ସଂକ୍ରମିତ ଓ ୭୧୮ମୃତ, ପଶ୍ଚିମବଙ୍ଗରେ ୧୯ ହଜାର ୧୭୦ ଆକ୍ରାନ୍ତ ଓ ୬୮୩ ମୃତ, ହରିୟାଣାରେ ୧୪ ହଜାର ୯୪୧ ଆକ୍ରାନ୍ତ ଏବଂ ୨୪୦ ମୃତ, ଆନ୍ଧ୍ରପ୍ରଦେଶରେ ୧୫ ହଜାର ୨୫୨ ଆକ୍ରାନ୍ତ ଏବଂ ୧୯୩ ମୃତ, ତେଲେଙ୍ଗାନାରେ ୧୭ ହଜାର ୩୫୭ ସଂକ୍ରମିତ ଓ ୨୬୭ ମୃତ, କର୍ଣ୍ଣାଟକରେ ୧୬ ହଜାର ୫୧୪ ଆକ୍ରାନ୍ତ ଓ ୨୫୩ ମୃତ, ରାଜସ୍ଥାନରେ ୧୮ ହଜାର ୩୧୨ ଆକ୍ରାନ୍ତ ଓ ୪୨୧ ମୃତ, ଜାମ୍ମୁ-କାଶ୍ମୀରରେ ୭୬୯୫ ସଂକ୍ରମିତ ଓ ୧୦୫ ମୃତ, ମଧ୍ୟପ୍ରଦେଶରେ ୧୩ ହଜାର ୮୬୧ ସଂକ୍ରମିତ ଓ ୫୮୧ ମୃତ, ବିହାରରେ ୧୦ ହଜାର ୨୦୪ ଆକ୍ରାନ୍ତ ଓ ୭୩ ମୃତ, ଆସାମରେ ୮୯୫୬ ଆକ୍ରାନ୍ତ ଓ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comments are closed.